Bhagavad Gita: Chapter 6, Verse 39

ଏତନ୍ମେ ସଂଶୟଂ କୃଷ୍ଣ ଚ୍ଛେତ୍ତୁମର୍ହସ୍ୟଶେଷତଃ ।
ତ୍ୱଦନ୍ୟଃ ସଂଶୟସ୍ୟାସ୍ୟ ଚ୍ଛେତ୍ତା ନ ହ୍ୟୁପପଦ୍ୟତେ ।।୩୯।।

ଏତତ୍‌- ଏହା; ମେ- ମୋର; ସଂଶୟଂ - ସନ୍ଦେହ; କୃଷ୍ଣ- ହେ କୃଷ୍ଣ; ଛେତ୍ତୁମ୍ - ଦୂର କରିବା ନିମନ୍ତେ; ଅର୍ହସି - ଯୋଗ୍ୟ ଅଟନ୍ତି; ଅଶେଷତଃ - ସମ୍ପୂର୍ଣ୍ଣରୂପେ; ତ୍ୱତ୍ - ଆପଣଙ୍କ ଠାରୁ; ଅନ୍ୟଃ - ଅନ୍ୟ କେହି; ସଂଶୟସ୍ୟ-ସଂଶୟର; ଅସ୍ୟ- ଏହାର; ଛେତ୍ତା - ଯିଏ ଦୂର କରିପାରିବ; ନ -ନାହିଁ; ହି-ନିଶ୍ଚିତଭାବେ; ଉପପଦ୍ୟତେ - ଯୋଗ୍ୟ ଅଟନ୍ତି ।

Translation

BG 6.39: ହେ କୃଷ୍ଣ! ମୋର ସଂଶୟ ସମ୍ପୂର୍ଣ୍ଣ ଭାବରେ ଦୂର କରନ୍ତୁ, କାରଣ ଆପଣଙ୍କ ବ୍ୟତୀତ ଅନ୍ୟ କେହି ତାହା କରିପାରିବେ ନାହିଁ ।

Commentary

ଅଜ୍ଞାନରୁ ସଂଶୟ ଜାତ ହୁଏ, ଏବଂ ସଂଶୟକୁ ଦୂର କରିବାର କ୍ଷମତା ଜ୍ଞାନଠାରୁ ଆସିଥାଏ । ବିଦ୍ୱାନମାନଙ୍କ ଠାରେ ଶାସ୍ତ୍ରର ଶାବ୍ଦିକ ଜ୍ଞାନ ଥାଏ, ଯାହା ସଂଶୟ ଦୂର କରିବା ପାଇଁ ଯଥେଷ୍ଟ ନୁହେଁ, କାରଣ ଶାସ୍ତ୍ର ଗୁଡ଼ିକରେ ଅନେକ ବିରୋଧାଭାସ ରହିଥାଏ, ଯାହାର ସମାଧାନ କେବଳ ଭଗବତ୍ ଅନୁଭୂତି ଦ୍ୱାରା ହିଁ ସମ୍ଭବ । ଭଗବତ୍ ପ୍ରାପ୍ତ ମହାପୁରୁଷମାନଙ୍କର ଅନୁଭବାତ୍ମକ ଜ୍ଞାନ ଅବଶ୍ୟ ଥାଏ, କିନ୍ତୁ ସେମାନେ ମଧ୍ୟ ସର୍ବଜ୍ଞ ନୁହଁନ୍ତି । ସଂଶୟ ଦୂର କରିବାର କ୍ଷମତା ସେମାନଙ୍କର ଥାଏ, କିନ୍ତୁ ସେମାନେ ଭଗବାନଙ୍କର ସମକକ୍ଷ ନୁହନ୍ତି, ଯିଏ କି ସର୍ବଜ୍ଞ ଅଟନ୍ତି । କେବଳ ଭଗବାନ ହିଁ ସର୍ବଜ୍ଞ, ଏବଂ ସର୍ବଶକ୍ତିମାନ ଅଟନ୍ତି । ସୁତରାଂ, ସେ ହିଁ ସମସ୍ତ ଅଜ୍ଞାନ ଦୂର କରିବା ପାଇଁ ପୂର୍ଣ୍ଣ ସକ୍ଷମ ଅଟନ୍ତି, ଯେପରି ଅନ୍ଧକାର ଦୂର କରିବା ପାଇଁ ସୂର୍ଯ୍ୟ ସକ୍ଷମ ଅଟନ୍ତି ।