ମନ୍ମନା ଭବ ମଦ୍ଭକ୍ତୋ ମଦ୍ୟାଜୀ ମାଂ ନମସ୍କୁରୁ ।
ମାମେବୈଷ୍ୟସି ଯୁକ୍ତୈ୍ୱବମାତ୍ମାନଂ ମତ୍ପରାୟଣଃ ।।୩୪।।
ମତ୍-ମନାଃ -ସର୍ବଦା ମୋର ସ୍ମରଣ କର; ଭବ-ହୁଅ; ମତ୍-ମୋର; ଭକ୍ତଃ-ଭକ୍ତ; ମତ୍-ମୋର; ୟାଜୀ-ଉପାସକ; ମାମ୍=ମୋତେ; ନମସ୍କୁରୁ-ନମସ୍କାର କର; ମାମ୍-ମୋତେ; ଏବ-ପୂର୍ଣ୍ଣରୂପେ; ଏଷ୍ୟସି-ଆସିବ; ଯୁକ୍ତା ଏବଂ- ଏହିପରି ଯୁକ୍ତ ହୋଇ; ଆତ୍ମାନଂ-ତୁମର ଆତ୍ମା; ମତ୍-ପରାୟଣଃ- ମୋର ଅନୁଗତ ।
Translation
BG 9.34: ସର୍ବଦା ମୋତେ ସ୍ମରଣ କର, ମୋର ଭକ୍ତି କର, ମୋତେ ପୂଜା କର ଏବଂ ମୋତେ ପ୍ରଣାମ କର । ତୁମର ମନ ଏବଂ ଶରୀରକୁ ମୋତେ ସମର୍ମଣ କଲେ, ନିଶ୍ଚିତ ଭାବେ ମୋର ସାମିପ୍ୟ ଲାଭ କରିବ ।
Commentary
ପୂରା ଅଧ୍ୟାୟରେ ଭକ୍ତି ଏବଂ ଭକ୍ତି ମାର୍ଗ ଉପରେ ଗୁରୁତ୍ୱାରୋପଣ କରିବା ପରେ, ଅର୍ଜୁନଙ୍କୁ ତାଙ୍କର ଭକ୍ତ ହେବାକୁ ଉପଦେଶ ଦେଇ, ଶ୍ରୀକୃଷ୍ଣ ଅଧ୍ୟାୟର ସମାପ୍ତି କରୁଛନ୍ତି । ବାସ୍ତବିକ ଯୋଗ ଭାବରେ ଚେତନାକୁ ଭଗବାନଙ୍କ ସହିତ ସଂଲଗ୍ନ ରଖିବା ପାଇଁ, ସେ ଅର୍ଜୁନଙ୍କୁ ତାଙ୍କର ଉପାସନା କରିବାକୁ, ତାଙ୍କ ଦିବ୍ୟ ରୂପର ଧ୍ୟାନ କରିବାକୁ, ଏବଂ ପୂର୍ଣ୍ଣ ବିନମ୍ରତାର ସହିତ ପ୍ରଣାମ କରିବାକୁ ଉପଦେଶ ଦେଇଛନ୍ତି ।
ନମସ୍କୁରୁ (ବିନମ୍ରତା ସହିତ ପ୍ରଣାମ କରିବା), ଭକ୍ତି କରିବା ସମୟରେ ଉଦ୍ରେକ ହେଉଥିବା ଅହଂଭାବକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିଦିଏ । ଅତଏବ,ବ୍ୟକ୍ତି ଅହଂକାର ମୁକ୍ତ ହୋଇ, ଭକ୍ତିପୁତ ହୃଦୟରେ ନିଜର ସମସ୍ତ ଚିନ୍ତନ ଓ କର୍ମକୁ ପରମାତ୍ମାଙ୍କୁ ଅର୍ପଣ କରିବା ଉଚିତ । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଆଶ୍ୱାସନା ଦେଉଛନ୍ତି ଯେ ଭକ୍ତି ଯୋଗ ଦ୍ୱାରା ଏହି ପୂର୍ଣ୍ଣ ସଂଯୋଗ ନିଶ୍ଚିତ ଭାବରେ ଭଗବତ୍ ପ୍ରାପ୍ତିର ଫଳ ପ୍ରଦାନ କରିବ, ଏଥିରେ କୌଣସି ସନ୍ଦେହ ନାହିଁ ।