Bhagavad Gita: Chapter 10, Verse 27

ଉଚ୍ଚୈଃଶ୍ରବସମଶ୍ୱାନାଂ ବିଦ୍ଧି ମାମମୃତୋଦ୍‌ଭବମ୍ ।
ଐରାବତଂ ଗଜେନ୍ଦ୍ରାଣାଂ ନରାଣାଂ ଚ ନରାଧିପମ୍ ।।୨୭।।

ଉଚ୍ଚୈଃଶ୍ରବସଂ - ଉଚ୍ଚୈଶ୍ରବା; ଅଶ୍ୱାନାଂ - ଘୋଡ଼ାମାନଙ୍କ ମଧ୍ୟରେ; ବିଦ୍ଧି - ଜାଣ; ମାମ୍ - ମୋତେ; ଅମୃତ-ଉଦ୍ଭବଂ - ସମୁଦ୍ର ମନ୍ଥନରୁ ଜାତ ; ଐରାବତଂ - ଐରାବତ; ଗଜେନ୍ଦ୍ରାଣାଂ - ହସ୍ତୀମାନଙ୍କ ମଧ୍ୟରେ; ନରାଣାଂ - ମନୁଷ୍ୟମାନଙ୍କ ମଧ୍ୟରେ; ଚ- ଏବଂ; ନରାଧିପମ୍ - ରାଜା ।

Translation

BG 10.27: ସାଗର ମନ୍ଥନରୁ ଉଦ୍‌ଭବ ଉଚ୍ଚୈଶ୍ରବ ଅଶ୍ୱକୁ ସମସ୍ତ ଅଶ୍ୱଙ୍କ ମଧ୍ୟରେ ଏବଂ ଐରାବତ ହସ୍ତୀକୁ ସମସ୍ତ ହସ୍ତୀଙ୍କ ମଧ୍ୟରେ ମୁଁ ବୋଲି ଜାଣ । ମନୁଷ୍ୟ ମାନଙ୍କ ମଧ୍ୟରେ ମୋତେ ରାଜା ଭାବରେ ଜାଣ ।

Commentary

ସବୁ ବିଭାଗର ଶ୍ରେଷ୍ଠମାନଙ୍କୁ ଶ୍ରୀକୃଷ୍ଣ ତାଙ୍କର ଐଶ୍ୱର୍ଯ୍ୟ ଭାବରେ ଅର୍ଜୁନଙ୍କ ସମ୍ମୁଖରେ ବର୍ଣ୍ଣନା କରିଚାଲିଛନ୍ତି । ଉଚ୍ଚୈଶ୍ରବା, ସ୍ୱର୍ଗ ସମ୍ରାଟ ଇନ୍ଦ୍ରଙ୍କ ପାଖରେ ଥିବା, ଏକ ଶ୍ୱେତ ବର୍ଣ୍ଣର ସ୍ୱର୍ଗୀୟ ପକ୍ଷଯୁକ୍ତ ଅଶ୍ୱ ଅଟେ । ଏହାର ଆବିର୍ଭାବ ଦେବତା ଓ ଦାନବ ଦ୍ୱାରା କରାଯାଇଥିବା ସାଗର ମନ୍ଥନରୁ ହୋଇଥିଲା ଏବଂ ବ୍ରହ୍ମାଣ୍ଡର ସମସ୍ତ ଅଶ୍ୱମାନଙ୍କ ମଧ୍ୟରେ ଏହାର ବେଗ ସର୍ବୋତ୍ତମ ଅଟେ । ଐରାବତ ହସ୍ତୀ ମଧ୍ୟ ଶ୍ୱେତ ବର୍ଣ୍ଣ ବିଶିଷ୍ଟ ଅଟେ ଏବଂ ଏହା ଇନ୍ଦ୍ରଙ୍କର ବାହନ ଅଟେ । ଏହାକୁ ଅର୍ଦ୍ଧମାତଙ୍ଗ ବା “ମେଘ ହସ୍ତୀ” କୁହାଯାଏ ।