Bhagavad Gita: Chapter 4, Verse 32

ଏବଂ ବହୁବିଧା ଯଜ୍ଞା ବିତତା ବ୍ରହ୍ମଣୋ ମୁଖେ ।
କର୍ମଜାନ୍‌ବିଦ୍ଧି ତାନ୍‌ସର୍ବାନେବଂ ଜ୍ଞାତ୍ୱା ବିମୋକ୍ଷ୍ୟସେ ।।୩୨।।

ଏବଂ - ଏହିପରି; ବହୁବିଧା - ବିଭିନ୍ନ ପ୍ରକାର; ଯଜ୍ଞ - ଯଜ୍ଞକର୍ମ; ବିତତାଃ -ବର୍ଣ୍ଣନା କରି; ବ୍ରହ୍ମଣଃ- ବେଦର; ମୁଖେ- ମୁଖରେ; କର୍ମଜାନ୍‌- କର୍ମରୁ ଜାତ; ବିଦ୍ଧି -ଜାଣ; ତାନ୍ -ସେଗୁଡିକ; ସର୍ବାନ୍ -ସମସ୍ତ; ଏବଂ -ଏହିପରି; ଜ୍ଞାତ୍ୱା -ଜାଣି; ବିମୋକ୍ଷ୍ୟସେ - ମୁକ୍ତ ହୁଅ ।

Translation

BG 4.32: ଏହିପରି ବିଭିନ୍ନ ପ୍ରକାରର ଯଜ୍ଞ ବେଦରେ ବର୍ଣ୍ଣିତ ହୋଇଛି । ତାହା ଭିନ୍ନ ଭିନ୍ନ ପ୍ରକାରର କର୍ମରୁ ଉତ୍ପନ୍ନ ହେଉଥିବା ବିଷୟରେ ଜାଣ; ଏହି ଜ୍ଞାନ ମାୟିକ ବନ୍ଧନର ଗ୍ରନ୍ଥିକୁ ଛିନ୍ନ କରିଦିଏ ।

Commentary

ବେଦର ଏକ ସୁନ୍ଦର ବୈଶିଷ୍ଟ୍ୟ ହେଲା, ଏହା ମାନବ ପ୍ରକୃତିର ବିସ୍ତୃତ ବିବିଧତାକୁ ଲକ୍ଷ୍ୟ କରି ସମସ୍ତଙ୍କର ଉଦ୍ଦେଶ୍ୟକୁ ପୂରା କରିଥାଏ । ବିଭିନ୍ନ ପ୍ରକାରର କର୍ତ୍ତାଙ୍କ ପାଇଁ ଏଥିରେ ବିଭିନ୍ନ ପ୍ରକାର ଯଜ୍ଞର ବର୍ଣ୍ଣନା କରାଯାଇଛି । ଏ ସମସ୍ତଙ୍କ ମଧ୍ୟରେ ଏକ ସାଧାରଣ ସୂତ୍ର ଏହା ଯେ ସେସବୁ ଭଗବାନଙ୍କ ପ୍ରତି ଭକ୍ତିଯୁକ୍ତ ସମର୍ପଣ ଭାବରେ କରାଯିବା ଆବଶ୍ୟକ । ଏହା ଜାଣି, ବେଦର ବହୁମୁଖୀ ନିର୍ଦ୍ଦେଶରେ ଚକିତ ନ ହୋଇ, ନିଜ ସ୍ୱଭାବ ଅନୁସାରେ ଯେ କୌଣସି ପ୍ରକାରର ଯଜ୍ଞ କରି ବ୍ୟକ୍ତି ମାୟିକ ବନ୍ଧନରୁ ମୁକ୍ତ ହୋଇପାରିବ ।

Watch Swamiji Explain This Verse