Bhagavad Gita: Chapter 4, Verse 4

ଅର୍ଜୁନ ଉବାଚ
ଅପରଂ ଭବତୋ ଜନ୍ମ ପରଂ ଜନ୍ମ ବିବସ୍ୱତଃ ।
କଥମେତଦ୍‌ବିଜାନୀୟାଂ ତ୍ୱମାଦୌ ପ୍ରୋକ୍ତବାନିତି ।।୪।।

ଅର୍ଜୁନ ଉବାଚ- ଅର୍ଜୁନ କହିଲେ; ଅପରଂ -ପରେ (ଅଳ୍ପ କିଛିଦିନ ତଳେ); ଭବତଃ - ଆପଣଙ୍କର; ଜନ୍ମ-ଜନ୍ମ; ପର-ପୂର୍ବରୁ (ବହୁତ ଆଗରୁ); ଜନ୍ମ- ଉତ୍ପତ୍ତି; ବିବସ୍ୱତଃ - ସୂର୍ଯ୍ୟଦେବତାଙ୍କର; କଥଂ - କିପରି; ଏତତ୍ -ଏହା; ବିଜାନୀୟାଂ - ମୁଁ ବୁଝିବି; ତ୍ୱଂ- ଆପଣ; ଆଦୌ -ପ୍ରାରମ୍ଭରେ; ପ୍ରୋକ୍ତବାନ୍ - ଶିକ୍ଷା ଦେଇଥିଲେ; ଇତି - ଏହିପରି ଭାବରେ ।

Translation

BG 4.4: ଅର୍ଜୁନ କହିଲେ; ଆପଣ ବିବସ୍ୱାନଙ୍କର ଜନ୍ମର ବହୁତ ପରେ ଜନ୍ମ ହୋଇଛନ୍ତି । ତେଣୁ ଆପଣ ପ୍ରାରମ୍ଭରେ ଏହି ବିଦ୍ୟା ତାଙ୍କୁ କିପରି ପ୍ରଦାନ କରିଥିଲେ, ତାହା ମୁଁ ବୁଝିପାରୁନାହିଁ ।

Commentary

ଶ୍ରୀକୃଷ୍ଣଙ୍କ ବକ୍ତବ୍ୟରେ ଘଟଣା ସମୁହର ଆପାତତଃ ଅସାମଞ୍ଜସ୍ୟତା ଲକ୍ଷ୍ୟ କରି ଅର୍ଜୁନ ଦ୍ୱନ୍ଦ୍ୱଗ୍ରସ୍ତ ହୋଇପଡ଼ିଛନ୍ତି । ସୂର୍ଯ୍ୟଦେବ ପ୍ରାୟତଃ ସୃଷ୍ଟିର ପ୍ରାରମ୍ଭରୁ ଅଛନ୍ତି, କିନ୍ତୁ ଶ୍ରୀକୃଷ୍ଣ ଏବେ ସଂସାରରେ ଜନ୍ମ ଗ୍ରହଣ କରିଛନ୍ତି । ଯଦି ଶ୍ରୀକୃଷ୍ଣ ବସୁଦେବ ଏବଂ ଦେବକୀଙ୍କ ପୁତ୍ର ହୋଇଥାନ୍ତି, ତେବେ ସୂର୍ଯ୍ୟଦେବଙ୍କୁୁ ଏହି ଜ୍ଞାନ ଦେଇଥିବା ଉକ୍ତିଟି ଅର୍ଜୁନଙ୍କୁ ଅସମଞ୍ଜସ ବୋଧ ହେଉଛି । ତେଣୁ ସେ ଏ ବିଷୟରେ ପ୍ରଶ୍ନ କରୁଛନ୍ତି । ଅର୍ଜୁନଙ୍କର ଏହି ପ୍ରଶ୍ନ ଭଗବାନଙ୍କର ଦିବ୍ୟ ଅବତରଣ ସମ୍ପର୍କରେ ଏକ ବିଶ୍ଲେଷଣର ଆହ୍ୱାନ କରୁଛି । ଶ୍ରୀକୃଷ୍ଣ ପରବର୍ତ୍ତୀ ଶ୍ଲୋକମାନଙ୍କରେ ତାର ପ୍ରତ୍ୟୁତ୍ତର ଦେଉଛନ୍ତି ।

Watch Swamiji Explain This Verse