Bhagavad Gita: Chapter 4, Verse 17

କର୍ମଣୋ ହ୍ୟପି ବୋଦ୍ଧବ୍ୟଂ ବୋଦ୍ଧବ୍ୟଂ ଚ ବିକର୍ମଣଃ ।
ଅକର୍ମଣଶ୍ଚ ବୋଦ୍ଧବ୍ୟଂ ଗହନା କର୍ମଣୋ ଗତିଃ ।।୧୭।।

କର୍ମଣଃ-ବିହିତ କର୍ମ; ହି- ନିଶ୍ଚିତଭାବେ; ଅପି-ମଧ୍ୟ; ବୋଦ୍ଧବ୍ୟଂ-ଜାଣିବା ଉଚିତ୍‌; ବୋଦ୍ଧବ୍ୟଂ- ବୁଝିବା ଉଚିତ୍‌; ଚ-ଏବଂ; ବିକର୍ମଣଃ- ନିଷିଦ୍ଧ କର୍ମ; ଅକର୍ମଣଃ-ଅକର୍ମ; ବୋଦ୍ଧବ୍ୟଂ-ବୁଝିବା ଉଚିତ୍‌; ଗହନା-ଅତି ଜଟିଳ; କର୍ମଣଃ- କର୍ମର; ଗତିଃ- ବାସ୍ତବ ପନ୍ଥା ।

Translation

BG 4.17: ତୁମେ ଏହି ତିନୋଟିର ସ୍ୱରୂପ ବୁଝିବା ନିତାନ୍ତ ଆବଶ୍ୟକ - କର୍ମ, ବିକର୍ମ ଓ ଅକର୍ମ । ଏହାର ସଠିକ୍ ନିରୂପଣ ଅତ୍ୟନ୍ତ ଗହନ ଏବଂ ଏହାକୁ ବୁଝିବା କଷ୍ଟକର ।

Commentary

ଶ୍ରୀକୃଷ୍ଣ କର୍ମକୁ ତିନୋଟି ଶ୍ରେଣୀରେ ବିଭକ୍ତ କରିଛନ୍ତି - କର୍ମ, ବିକର୍ମ ଓ ଅକର୍ମ ।

କର୍ମ - ଯେଉଁ ଶୁଭ କର୍ମ ଶାସ୍ତ୍ର ନିର୍ଦ୍ଦେଶ ଅନୁଯାୟୀ ଅନ୍ତଃକରଣର ଶୁଦ୍ଧି ନିମନ୍ତେ କରାଯାଏ ।

ବିକର୍ମ - ବିକର୍ମ ହେଉଛି ଅଶୁଭ କର୍ମ, ଯାହା ଶାସ୍ତ୍ରମାନଙ୍କ ଦ୍ୱାରା ନିଷିଦ୍ଧ କରାଯାଇଛି, କାରଣ ଏହାର ଫଳ ହାନିକାରକ ଅଟେ ଏବଂ ଏହା ଆତ୍ମାର ଅଧଃପତନ କରାଇଥାଏ ।

ଅକର୍ମ - ଫଳରେ ଆସକ୍ତି ନ ରଖି କେବଳ ଭଗବାନଙ୍କ ସୁଖ ପାଇଁ କରାଯାଉଥିବା କର୍ମକୁ ଅକର୍ମ କୁହାଯାଏ । ଏହି କର୍ମର କୌଣସି ପ୍ରତିକ୍ରିୟା ନାହିଁ ଅଥବା ଏହା ଆତ୍ମାକୁ ବନ୍ଧନରେ ପକାଏ ନାହିଁ ।

Watch Swamiji Explain This Verse