Bhagavad Gita: Chapter 4, Verse 23

ଗତସଙ୍ଗସ୍ୟ ମୁକ୍ତସ୍ୟ ଜ୍ଞାନାବସ୍ଥିତଚେତସଃ ।
ଯଜ୍ଞାୟାଚରତଃ କର୍ମ ସମଗ୍ରଂ ପ୍ରବିଲୀୟତେ ।।୨୩।।

ଗତ-ସଙ୍ଗସ୍ୟ -ମାୟିକ ଆସକ୍ତି ରହିତ; ମୁକ୍ତସ୍ୟ -ମୁକ୍ତର; ଜ୍ଞାନ-ଅବସ୍ଥିତ - ଦିବ୍ୟଜ୍ଞାନରେ ସ୍ଥିତ; ଚେତସଃ- ଯାହାର ବୁଦ୍ଧି; ଯଜ୍ଞାୟ - ଯଜ୍ଞ ଭାବରେତ୍ତ; ଆଚରତଃ -କରାଯାଇ ଥାଏ; କର୍ମ -କର୍ମ; ସମଗ୍ରଂ -ପୂର୍ଣ୍ଣତଃ; ବ୍ରବିଲୀୟତେ - ମୁକ୍ତ ହୋଇଯାଏ ।

Translation

BG 4.23: ସେମାନେ ଭୌତିକ ଆସକ୍ତି ରୂପକ ବନ୍ଧନରୁ ମୁକ୍ତ ହୋଇଯାଆନ୍ତି ଏବଂ ସେମାନଙ୍କର ଚେତନା ଦିବ୍ୟଜ୍ଞାନ ସ୍ତରରେ ସ୍ଥିତ ହୁଏ । ଯେହେତୁ ସେମାନେ ସମସ୍ତ କର୍ମ ଯଜ୍ଞ (ଭଗବାନଙ୍କ ଉଦ୍ଦେଶ୍ୟରେ) ରୂପରେ କରିଥାଆନ୍ତି, ସେମାନେ କର୍ମ ବନ୍ଧନରୁ ମୁକ୍ତ ହୋଇଯା’ନ୍ତି ।

Commentary

ଏହି ଶ୍ଲୋକରେ ଶ୍ରୀକୃଷ୍ଣ ପୂର୍ବବର୍ତ୍ତୀ ପାଞ୍ଚୋଟି ଶ୍ଲୋକର ସାରାଂଶ କହିଛନ୍ତି । ଯେତେବେଳେ ଜଣେ ବ୍ୟକ୍ତି ବୁଝିପାରେ ଯେ ଜୀବ ଭଗବାନଙ୍କର ନିତ୍ୟ ଦାସ ଅଟେ, ସେତେବେଳେ ସେ ତା’ର ସମସ୍ତ କର୍ମ ଭଗବାନଙ୍କୁ ଅର୍ପଣ କରିଥାଏ । ଚୈତନ୍ୟ ମହାପ୍ରଭୁ କହିଥିଲେ: ଜୀବେର ସ୍ୱରୂପ ହୟ କୃଷ୍ଣେର ନିତ୍ୟ-ଦାସ (ଚୈତନ୍ୟ ଚରିତାମୃତ, ମଧ୍ୟ ଲୀଳା ୨୦.୧୦୮) । “ଜୀବ ସ୍ୱରୂପତଃ ଭଗବାନଙ୍କର ଦାସ ଅଟେ” । ଯେଉଁମାନେ ଜ୍ଞାନର ଏହି ସ୍ତରରେ ସ୍ଥିତ, ସେମାନେ ତାଙ୍କର ସମସ୍ତ କର୍ମ ଭଗବାନଙ୍କ ପ୍ରତି ଉତ୍ସର୍ଗ କରନ୍ତି ଏବଂ କର୍ମର ପାପମୟ ପ୍ରତିକ୍ରିୟାରୁ ମୁକ୍ତ ହୁଅନ୍ତି । ଏପରି ଜୀବ କେଉଁ ପ୍ରକାରର ଦୃଷ୍ଟିକୋଣ ରଖିଥାଆନ୍ତି, ପରବର୍ତ୍ତୀ ଶ୍ଲୋକରେ ଶ୍ରୀକୃଷ୍ଣ ତାହା ବର୍ଣ୍ଣନା କରିଛନ୍ତି ।