Bhagavad Gita: Chapter 1, Verse 12

ତସ୍ୟ ସଂଜନୟନ୍‌ହର୍ଷଂ କୁରୁବୃଦ୍ଧଃ ପିତାମହଃ ।
ସିଂହନାଦଂ ବିନଦ୍ୟୋଚ୍ଚୈଃ ଶଙ୍ଖଂ ଦଧ୍ମୌ ପ୍ରତାପବାନ୍ ।।୧୨।।

ତସ୍ୟ-ତାଙ୍କର; ସଂଜନୟନ୍‌-ବୃଦ୍ଧି କରି; ହର୍ଷଂ-ହର୍ଷ (ଆନନ୍ଦ); କୁରୁବୃଦ୍ଧ-କୁରୁବଂଶର ବୃଦ୍ଧ (ଭୀଷ୍ମ); ପିତାମହଃ-ପିତାମହ; ସିଂହାନାଦଂ-ସିଂହଗର୍ଜନ ସଦୃଶ; ବିନଦ୍ୟ-ନାଦକରି; ଉଚ୍ଚୈଃ-ଖୁବ୍ ଉଚ୍ଚ ସ୍ୱରରେ; ଶଙ୍ଖଂ-ଶଙ୍ଖ, ଦଧ୍ମୌ-ନାଦ କଲେ; ପ୍ରତାପବାନ୍‌-ପ୍ରତାପଶାଳୀ ।

Translation

BG 1.12: ତା’ପରେ ଯଶସ୍ୱୀ କୁଳ ବୃଦ୍ଧ ଭୀଷ୍ମ, ସିଂହ ପରି ଗର୍ଜନ କରି ଅତି ଉଚ୍ଚ ସ୍ୱରରେ ତାଙ୍କର ଶଙ୍ଖନାଦ କଲେ, ଯାହା ଦୁର୍ଯ୍ୟୋଧନଙ୍କୁ ଆନନ୍ଦିତ କଲା ।

Commentary

ପିତାମହ ଭୀଷ୍ମ ତାଙ୍କ ପୌପୁତ୍ରଙ୍କର ହୃଦୟର ଭୟ ବୁଝିପାରିଲେ ଏବଂ ତାଙ୍କପ୍ରତି ସ୍ୱଭାବିକ ସ୍ନେହ ଯୋଗୁଁ ତାଙ୍କୁ ଉତ୍ସାହିତ କରିବା ପାଇଁ ଉଚ୍ଚ ଶବ୍ଦରେ ଶଙ୍ଖଧ୍ୱନି କଲେ । ଭୀଷ୍ମ ଜାଣିଥିଲେ ଯେ, ଶ୍ରୀକୃଷ୍ଣ ଅନ୍ୟ ପକ୍ଷରେ ଅଛନ୍ତି । ଯଦିଓ ଦୁର୍ଯ୍ୟୋଧନଙ୍କ ବିଜୟର କୌଣସି ସମ୍ଭାବନା ନାହିଁ, ତଥାପି ସେ ଦୁର୍ଯ୍ୟେଧନଙ୍କୁ ଜଣାଇ ଦେବାକୁ ଚାହୁଁଥିଲେ ଯେ ଯୁଦ୍ଧ କରିବା ତାଙ୍କର କର୍ତ୍ତବ୍ୟ ଅଟେ ।  ତାହା ସେ ଅବଶ୍ୟ ପାଳନ କରିବେ ଏବଂ ସେଥିପାଇଁ ଯେ କୌଣସି ପରିସ୍ଥିତିର ସମ୍ମୁଖୀନ ହେବେ । ସେ ସମୟର ଯୁଦ୍ଧର ନିୟମ ଅନୁଯାୟୀ, ଶଙ୍ଖନାଦ ଯୁଦ୍ଧାରମ୍ଭର ସଙ୍କେତ ଥିଲା ।

Watch Swamiji Explain This Verse