Bhagavad Gita: Chapter 1, Verse 23

ଯୋତ୍ସ୍ୟମାନାନବେକ୍ଷେଽହଂ ଯ ଏତେଽତ୍ର ସମ।।ଗତାଃ ।
ଧାର୍ତରାଷ୍ଟ୍ରସ୍ୟ ଦୁର୍ବୁଦ୍ଧେର୍ଯୁଦ୍ଧେ ପ୍ରିୟଚିକୀର୍ଷବଃ ।।୨୩।।

ଯୋତ୍ସ୍ୟମାନାନ୍‌-ଯେଉଁମାନେ ଯୁଦ୍ଧ କରିବାକୁ ଇଚ୍ଛୁକ, ଅବେକ୍ଷେ ଅହଂ-ମୁଁ ଦେଖିବାକୁ ଚାହୁଁଛି; ଯ ଏତେ-ଯେଉଁମାନେ; ଅତ୍ର-ଏଠାରେ, ସମାଗତାଃ-ସମବେତ ହୋଇଛନ୍ତି; ଧାର୍ତରାଷ୍ଟ୍ରସ୍ୟ-ଧୃତରାଷ୍ଟ୍ରଙ୍କ ପୁତ୍ର; ଦୁର୍ବୁଦ୍ଧେ-ଦୁବୁଦ୍ଧି; ଯୁଦ୍ଧେ-ଯୁଦ୍ଧରେ; ପ୍ରିୟ ଚିକୀର୍ଷବଃ- ସୁଖୀ କରିବାକୁ ଇଚ୍ଛୁକ ।

Translation

BG 1.23: ଧୃତରାଷ୍ଟ୍ରଙ୍କୁ ଖୁସି କରିବା ପାଇଁ, ଏଠାକୁ ଯୁଦ୍ଧ କରିବାକୁ ଆସିଥିବା ତାଙ୍କର ସେଇ ଦୁଷ୍ଟ ମନା ପୁତ୍ରମାନଙ୍କୁ ମୁଁ ଦେଖିବାକୁ ଇଚ୍ଛା କରୁଅଛି ।

Commentary

ଧୃତରାଷ୍ଟ୍ରଙ୍କର ଦୃଷ୍ଟମନା ପୁତ୍ରମାନେ ଅନ୍ୟାୟ ପୁର୍ବକ ରାଜ୍ୟ ଅଧିକାର କରି ବସିଥିଲେ, ତେଣୁ ଯେଉଁ ଯୋଦ୍ଧାମାନେ ସେମାନଙ୍କ ପକ୍ଷରୁ ଯୁଦ୍ଧ କରୁଥିଲେ, ସେମାନେ ମଧ୍ୟ ସ୍ୱାଭାବିକ ଭାବରେ ନୀଚମନା ଥିଲେ । ଅର୍ଜୁନ, ଯେଉଁମାନଙ୍କ ସହିତ ଯୁଦ୍ଧ କରିବେ, ସେମାନଙ୍କୁ ଦେଖିବାକୁ ଚାହୁଁଥିଲେ । ଅର୍ଜୁନ ପରାକ୍ରମୀ ଥିଲେ ଏବଂ ପ୍ରଥମରୁ ଯୁଦ୍ଧ କରିବା ପାଇଁ ଆଗ୍ରହୀ ଥିଲେ । ତେଣୁ ସେ ଧୃତରାଷ୍ଟ୍ରଙ୍କର ଦୁଷ୍ଟମନା ପୁତ୍ରମାନଙ୍କୁ ଆକ୍ଷେପ କରି ସୂଚାଉଛନ୍ତି କିପରି ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କୁ ନିଶ୍ଚିହ୍ନ କରିବାକୁ ବହୁ ବାର ଚକ୍ରାନ୍ତ କରିଥିଲେ । ଅର୍ଜୁନଙ୍କର ମନୋଭାବ ଏହା ଥିଲା, “ନ୍ୟାୟତଃ ଅର୍ଦ୍ଧେକ ରାଜ୍ୟର ଅଧିକାରୀ ଆମ୍ଭେମାନେ ଅଟୁ, କିନ୍ତୁ ସେ ଅନ୍ୟାୟ ପୂର୍ଣ୍ଣ ଭାବେ ତାହାକୁ ଦଖଲ କରିବାକୁ ଇଚ୍ଛା କରୁଛନ୍ତି । ସେ ଦୁଷ୍ଟ ବୁଦ୍ଧି ଯୁକ୍ତ ଅଟନ୍ତି ଏବଂ ତାଙ୍କୁ ସାହାଯ୍ୟ କରିବାକୁ ଏକତ୍ରିତ ହୋଇଥିବା ସବୁ ରାଜାମାନେ ମଧ୍ୟ ଦୁଷ୍ଟ ଅଟନ୍ତି । ମୁଁ ସେହି ଯୋଦ୍ଧାମାନଙ୍କୁ ଦେଖିବାକୁ ଚାହୁଁଛି, ଯେଉଁମାନେ ଯୁଦ୍ଧ କରିବାକୁ ଏତେ ବ୍ୟାକୁଳ । ସେମାନେ ଅନ୍ୟାୟକୁ ସମର୍ଥନ କରୁଛନ୍ତି, ତେଣୁ ସେମାନେ ନିଶ୍ଚିତ ଭାବରେ ଆମ୍ଭମାନଙ୍କ ଦ୍ୱାରା ଧ୍ୱଂସ ହେବେ ।

Watch Swamiji Explain This Verse