Bhagavad Gita: Chapter 1, Verse 14

ତତଃ ଶ୍ୱେତୈର୍ହୟୈର୍ଯୁକ୍ତେ ମହତି ସ୍ୟନ୍ଦନେ ସ୍ଥିତୌ ।
ମାଧବଃ ପାଣ୍ଡବଶ୍ଚୈବ ଦିବ୍ୟୌ ଶଙ୍ଖୌ ପ୍ରଦଧ୍ମତୁଃ ।।୧୪।।

ତତଃ-ତତ୍ପରେ; ଶ୍ୱେତୈଃ-ହୟୈଃ-ଶ୍ୱେତଅଶ୍ୱ ଦ୍ୱାରା; ଯୁକ୍ତେ-ଯୁକ୍ତହୋଇ; ମହତି ସ୍ୟନ୍ଦନେ-ମହାନ୍ ରଥରେ; ସ୍ଥିତୌ-ଉପବେଶନକରି; ମାଧବଃ-ଶ୍ରୀକୃଷ୍ଣ (ଲକ୍ଷ୍ମୀଙ୍କର ଧବ ବା ସ୍ୱାମୀ); ପାଣ୍ଡବଃ-ଅର୍ଜୁନ (ପାଣ୍ଡୁ ପୁତ୍ର); ଚ-ଏବଂ; ଏବ-ନିଶ୍ଚିତଭାବେ; ଦିବ୍ୟୌ-ଦିବ୍ୟ; ଶଙ୍ଖୌ-ଶଙ୍ଖମାନ; ପ୍ରଦଧ୍ମତୁଃ-ବାଜିଉଠିଲେ ।

Translation

BG 1.14: ତା’ପରେ ପାଣ୍ଡବ ବାହିନୀ ମଧ୍ୟରେ, ଶ୍ୱେତ ଅଶ୍ୱ ଯୁକ୍ତ ତେଜୀୟାନ ରଥରେ ଆରୋହଣ କରି, ମାଧବ ଏବଂ ଅର୍ଜୁନ ତାଙ୍କର ଦିବ୍ୟ ଶଙ୍ଖ ବଜାଇଲେ ।

Commentary

କୌରବ ସେନାଙ୍କ ଧ୍ୱନି ବନ୍ଦ ହେବା ପରେ, ଭବ୍ୟ ରଥରେ ଆସୀନ ଶ୍ରୀକୃଷ୍ଣ ଏବଂ ଅର୍ଜ୍ଜୁନ ଅତି ଉଚ୍ଚସ୍ୱରରେ ତାଙ୍କର ଶଙ୍ଖଗୁଡ଼ିକ ବଜାଇଲେ, ଯାହା ପାଣ୍ଡବମାନଙ୍କୁ ଯୁଦ୍ଧ ପ୍ରତି ଉତ୍ସାହିତ କଲା ।

ସଞ୍ଜୟ ଶ୍ରୀକୃଷ୍ଣଙ୍କ ପ୍ରତି ‘ମାଧବ’ ନାମ ବ୍ୟବହାର କରିଛନ୍ତି । ମା’ର ଅର୍ଥ ଐଶ୍ୱର୍ଯ୍ୟର ଦେବୀ, ଧବ ଅର୍ଥ ସ୍ୱାମୀ । ଶ୍ରୀକୃଷ୍ଣ ତାଙ୍କର ବିଷ୍ଣୁ ରୂପରେ, ଐଶ୍ୱର୍ଯ୍ୟର ଦେବୀ ଲକ୍ଷ୍ମୀଙ୍କର ସ୍ୱାମୀ ଅଟନ୍ତି । ଶ୍ଳୋକରେ ବ୍ୟବହୃତ ମାଧବ ଶବ୍ଦ ଏହା ସୂଚିତ କରୁଛି ଯେ ସୌଭାଗ୍ୟ ଦେବୀଙ୍କର ଆଶୀର୍ବାଦ ପାଣ୍ଡବମାନଙ୍କ ପକ୍ଷରେ ଅଛି ଏବଂ ସେମାନେ ଯୁଦ୍ଧରେ ଯଥାଶୀଘ୍ର ବିଜୟୀ ହୋଇ ରାଜ୍ୟ ଅଧିକାର କରିବେ ।

ପାଣ୍ଡବ ଅର୍ଥ ପଣ୍ଡୁଙ୍କର ପୁତ୍ରଗଣ । ପାଞ୍ଚ ଭାଇଙ୍କ ମଧ୍ୟରୁ କାହାକୁ ବି ପାଣ୍ଡବ କୁହାଯାଇ ପାରେ । ଏଠାରେ ଏହି ଶବ୍ଦ ଅର୍ଜ୍ଜୁନଙ୍କ ପାଇଁ ବ୍ୟବହୃତ ହୋଇଅଛି । ସେ ଯେଉଁ ଭବ୍ୟ ରଥ ଆରୋହଣ କରିଛନ୍ତି, ତାହା ତାଙ୍କୁ ଅଗ୍ନି ଦେବତା ଉପହାର ଦେଇଥିଲେ ।

Watch Swamiji Explain This Verse