Bhagavad Gita: Chapter 1, Verse 27

ତାନ୍‌ସମୀକ୍ଷ୍ୟ ସ କୌନ୍ତେୟଃ ସର୍ବାନ୍ ବନ୍ଧୂନବସ୍ଥିତାନ୍ ।।୨୭।।
କୃପୟା ପରୟାବିଷ୍ଟୋ ବିଷୀଦନ୍ନିଦମବ୍ରବୀତ୍ ।

ତାନ୍‌-ସେମାନଙ୍କୁ; ସମୀକ୍ଷ୍ୟ-ଉତ୍ତମ ଭାବରେ ଦେଖି; ସ-ସେ; କୌନ୍ତେୟଃ-କୁନ୍ତିପୁତ୍ର; ସର୍ବାନ୍‌-ସମସ୍ତଙ୍କୁ; ବନ୍ଧୁନ୍‌-ବନ୍ଧୁମାନଙ୍କୁ; ଅବସ୍ଥିତାନ୍‌-ଅବସ୍ଥିତ; କୃପୟା-ଦୟାରେ; ପରୟା-ପରମ; ଆବିଷ୍ଟଃ-ଅଭିଭୂତ ହୋଇ; ବିଷୀଦନ୍‌-ଦୁଃଖ ପ୍ରକାଶ କରି; ଇଦମ୍‌-ଏହିପରି; ଅବ୍ରବୀତ୍‌-କହିଲେ ।

Translation

BG 1.27: ଏହି ସମସ୍ତ ସମ୍ପର୍କୀୟମାନଙ୍କୁ ସେଠାରେ ଦେଖି, କୁନ୍ତି ପୁତ୍ର ଅର୍ଜୁନ ଦୟାରେ ଅଭିଭୂତ ହୋଇଗଲେ ଏବଂ ଅତ୍ୟନ୍ତ ଦୁଃଖର ସହିତ ଏହା କହିଲେ ।

Commentary

ଯୁଦ୍ଧକ୍ଷେତ୍ରରେ ସମସ୍ତ ସମ୍ପର୍କୀୟମାନଙ୍କୁ ଦେଖି, ପ୍ରଥମ ଥର ପାଇଁ ଅର୍ଜୁନ ଉପଲବ୍‌ଧି କରିପାରିଲେ ଏହି ଭ୍ରାତୃହତ୍ୟା ଯୁଦ୍ଧର ପରିଣତି କ’ଣ ହେବ । ଶତ୍ରୁମାନଙ୍କୁ ମୃତ୍ୟୁର ଦ୍ୱାର ଦେଶରେ ପହଞ୍ଚାଇବାର ସଂକଳ୍ପ ନେଇ ଓ ପାଣ୍ଡବଙ୍କ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିଶୋଧ ନେବାପାଇଁ, ଯୁଦ୍ଧକ୍ଷେତ୍ରକୁ ଆସିଥିବା ଏହି ପରାକ୍ରମୀ ଯୋଦ୍ଧାଙ୍କର ହୃଦୟରେ ହଠାତ୍ ପରିବର୍ତ୍ତନ ଦେଖାଗଲା । ନିଜ କୁରୁବଂଶଜମାନଙ୍କୁ ଶତ୍ରୁ ପକ୍ଷରେ ଛିଡ଼ା ହୋଇଥିବା ଦେଖି ତାଙ୍କ ହୃଦୟ ଦ୍ରବିଭୂତ ଏବଂ ବୁଦ୍ଧି ଦ୍ୱନ୍ଦ୍ୱଗ୍ରସ୍ଥ ହୋଇଗଲା, କର୍ତ୍ତବ୍ୟ ପାଳନ ଦିଗରେ ସାହସିକତା ସ୍ଥାନରେ କାପୁରୁଷତା ଦେଖାଦେଲା ଏବଂ ତାଙ୍କର ଦାମ୍ଭିକ ହୃଦୟ, କୋମଳ ହୃଦୟରେ ପରିଣତ ହୋଇଗଲା । ତେଣୁ ସଞ୍ଜୟ ତାଙ୍କୁ କୁନ୍ତି ପୁତ୍ର କହି, ତାଙ୍କର କୋମଳ ହୃଦୟ ଏବଂ ସ୍ନେହପୂର୍ଣ୍ଣ ପ୍ରକୃତି ପ୍ରତି ଇଶାରା କରୁଛନ୍ତି ।

Watch Swamiji Explain This Verse