Bhagavad Gita: Chapter 1, Verse 19

ସ ଘୋଷୋ ଧାର୍ତରାଷ୍ଟ୍ରଣାଂ ହୃଦୟାନି ବ୍ୟଦାରୟତ୍ ।
ନଭଶ୍ଚ ପୃଥିବୀଂ ଚୈବ ତୁମୁଳୋ ଭ୍ୟନୁନାଦୟନ୍ ।।୧୯।।

ସ-ତାହା; ଘୋଷଃ- ଧ୍ୱନି; ଧାର୍ତରାଷ୍ଟ୍ରାଣାଂ-ଧୃତରାଷ୍ଟ୍ରର ପୁତ୍ରମାନଙ୍କର; ହୃଦୟାନି-ହୃଦୟକୁ; ବ୍ୟଦାରୟତ୍‌-ବିଦୀର୍ଣ୍ଣକଲା; ନଭଃ-ଆକାଶ; ଚ-ଏବଂ; ପୃଥିବୀଂ-ପୃଥିବୀପୃଷ୍ଠ; ଚ-ଏବଂ; ଏବ-ନିଶ୍ଚିତଭାବେ; ତୁମୁଳଃ-ଭୟଙ୍କର ଧ୍ୱନି ଅଭ୍ୟନୁନାଦୟନ୍‌-ପ୍ରତିଧ୍ୱନି କରି ।

Translation

BG 1.19: ହେ ଧୃତରାଷ୍ଟ୍ର! ସେହି ଭୟଙ୍କର ଶବ୍ଦ ପୃଥିବୀ ଓ ଆକାଶରେ କମ୍ପନ ସୃଷ୍ଟି କରି ଆପଣଙ୍କ ପୁତ୍ରମାନଙ୍କର ହୃଦୟକୁ ବିଦାରିତ କରୁଅଛି ।

Commentary

ପାଣ୍ଡବ ସେନାର ଶଙ୍ଖନାଦ, କୌରବ ସୈନ୍ୟଙ୍କର ହୃଦୟକୁ ବିଦାରିତ କରିଦେଲା । କିନ୍ତୁ କୌରବ ବାହିନୀ ଶଙ୍ଖଧ୍ୱନି କଲାବେଳେ, ଏମିତି ପ୍ରଭାବ ପାଣ୍ଡବଙ୍କ ଠାରେ ପରିଲକ୍ଷିତ ହୋଇ ନ ଥିଲା । ଯେହେତୁ ପାଣ୍ଡବମାନେ ଭଗବାନଙ୍କ ଶରଣରେ ଥିଲେ, ସେମାନେ ପ୍ରଭୁଙ୍କ ଦ୍ୱାରା ସଂରକ୍ଷିତ ହୋଇ ଆଶ୍ୱସ୍ଥ ଥିଲେ । ଅନ୍ୟ ପକ୍ଷରେ, କୌରବମାନେ, ନିଜ ଶକ୍ତି ଉପରେ ନିର୍ଭରଶୀଳ ଥିଲେ ଏବଂ ନିଜେ କରିଥିବା ଅନ୍ୟାୟ ଯୋଗୁଁ ସୃଷ୍ଟି ହୋଇଥିବା ଅପରାଧି ମନୋଭାବ ଦ୍ୱାରା ପରାଜୟ ପ୍ରତି ଭୟଭୀତ ହେବାରେ ଲାଗିଲେ ।

Watch Swamiji Explain This Verse