Bhagavad Gita: Chapter 1, Verse 11

ଅୟନେଷୁ ଚ ସର୍ବେଷୁ ଯଥାଭାଗମବସ୍ଥିତାଃ ।
ଭିଷ୍ମମେବାଭିରକ୍ଷନ୍ତୁ ଭବନ୍ତଃ ସର୍ବ ଏବ ହି ।।୧୧।।

ଅୟନେଷୁ-ଘାଟିସ୍ଥାନ; ଚ-ମଧ୍ୟ; ସର୍ବେଷୁ-ସର୍ବତ୍ର; ଯଥାଭାଗମ୍‌-ଯେଉଁ ଯେଉଁ ସ୍ଥାନରେ ଯେପରି ଭାବରେ ଯେଉଁମାନଙ୍କୁ ରଖାଯାଇଛି; ଅବସ୍ଥିତାଃ-ଅବସ୍ଥିତ; ଭୀଷ୍ମମ୍‌-ପିତାମହ ଭୀଷ୍ମଙ୍କୁ; ଏବ-ନିଶ୍ଚିତଭାବେ; ଅଭିରକ୍ଷନ୍ତୁ-ସହାୟ ହୁଅନ୍ତୁ; ଭବନ୍ତଃ-ଆପଣମାନେ; ସର୍ବେ-ସମସ୍ତେ; ଏବ-ନିଶ୍ଚିତଭାବେ; ହି-ଠିକ୍ ସେହି ଭାବରେ ।

Translation

BG 1.11: ତେଣୁ, ମୁଁ କୌରବ ସେନାର ସମସ୍ତ ସେନାପତିମାନଙ୍କୁ ଆହ୍ୱାନ କରୁଅଛି ଯେ ଆପଣମାନେ ନିଜ ନିଜର ବ୍ୟୁହ ରକ୍ଷା କରିବା ସହିତ ପିତାମହ ଭୀଷ୍ମଙ୍କୁ ପୂର୍ଣ୍ଣ ସହଯୋଗ କରନ୍ତୁ ।

Commentary

ଦୁର୍ଯ୍ୟୋଧନ ପିତାମହ ଭୀଷ୍ମଙ୍କର ଅଭେଦ୍ୟ କ୍ଷମତାକୁ ତାଙ୍କ ସୈନ୍ୟ ବାହିନୀର ପ୍ରେରଣା ଏବଂ ଶକ୍ତି ଭାବେ ସ୍ୱୀକାର କରୁଥିଲେ । ତେଣୁ ସେ ତାଙ୍କର ସେନାପତିମାନଙ୍କୁ ନିର୍ଦ୍ଦେଶ ଦେଲେ ଯେ ବ୍ୟୁହ ରଚନାରେ ନିଜ ନିଜର ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ରକ୍ଷା କରିବା ସହିତ ପିତାମହ ଭୀଷ୍ମଙ୍କ ସହିତ ଏକଜୁଟ ହୁଅନ୍ତୁ ।

Watch Swamiji Explain This Verse