Bhagavad Gita: Chapter 1, Verse 4-6

ଅତ୍ର ଶୂରା ମହେଷ୍ୱାସା ଭୀମାର୍ଜୁନସମା ଯୁଧି ।
ଯୁଯୁଧାନୋ ବିରାଟଶ୍ଚ ଦ୍ରୃପଦଶ୍ଚ ମହାରଥଃ ।।୪।।
ଧୃଷ୍ଟକେତୁଶ୍ଚେକିତାନଃ କାଶିରାଜଶ୍ଚ ବୀର୍ଯବାନ୍‌
ପୁରୁଜିତ୍ କୁନ୍ତିଭୋଜଶ୍ଚ ଶୈବଶ୍ଚ ନରପୁଙ୍ଗବଃ ।।୫।।
ଯୁଧାମନ୍ୟୁଶ୍ଚ ବିକ୍ରାନ୍ତ ଉତ୍ତମୌଜାଶ୍ଚ ବୀର୍ଯବାନ୍ ।
ସୌଭଦ୍ରୋ ଦ୍ରୌପଦେୟାଶ୍ଚ ସର୍ବ ଏବ ମହାରଥାଃ ।।୬।।

ଅତ୍ର-ଏଠାରେ; ଶୂରାଃ-ବୀର ଯୋଦ୍ଧାମାନେ; ମହେଷ୍ୱାସାଃ-ବଳଶାଳୀ ଧନୁର୍ଦ୍ଧାରୀଗଣ; ଭୀମ-ଅର୍ଜୁନ-ଭୀମ ଏବଂ ଅର୍ଜୁନ; ସମାଃ-ସମାନ, ଯୁଧି-ଯୁଦ୍ଧରେ; ଯୁଯୁଧାନଃ-ଯୁଯୁଧାନ, ବିରାଟଃ-ବିରାଟ; ଚ-ଏବଂ; ଦ୍ରୁପଦଃ-ଦ୍ରୁପଦ; ଚ-ଏବଂ, ମହାରଥଃ-ବିଶିଷ୍ଟ ଯୋଦ୍ଧା, ଧୃଷ୍ଟକେତୁଃ-ଧୃଷ୍ଟକେତୁ; ଚେକିତାନଃ-ଚେକିତାନ; କାଶିରାଜଃ-କାଶିରାଜ; ଚ-ଏବଂ; ବୀର୍ଯ୍ୟବାନ-ଅତ୍ୟନ୍ତ ଶକ୍ତିଶାଳୀ; ପୁରୁଜିତ୍‌-ପୁରୁଜିତ୍‌; କୁନ୍ତି-ଭୋଜଃ-କୁନ୍ତିଭୋଜ; ଚ-ଏବଂ; ଶୈବ୍ୟଃ-ଶୈବ୍ୟ; ଚ-ଏବଂ; ନରପୁଙ୍ଗବଃ-ଶ୍ରେଷ୍ଠ ମନୁଷ୍ୟ; ଯୁଧାମନ୍ୟୁଃ-ଯୁଧାମନ୍ୟୁ; ଚ-ଏବଂ; ବିକ୍ରାନ୍ତଃ-ସାହସୀ; ଉତ୍ତମୌଜାଃ-ଉତ୍ତମୌଜା; ଚ-ଏବଂ; ବୀର୍ଯ୍ୟବାନ୍‌-ଅତୀନ୍ତ ବଳଶାଳୀ; ସୌଭଦ୍ରଃ-ସୁଭଦ୍ରାଙ୍କ ପୁତ୍ର; ଦ୍ରୌପଦେୟାଃ-ଦ୍ରୌପଦୀଙ୍କର ପୁତ୍ରଗଣ; ଚ-ଏବଂ; ସର୍ବେ-ସମସ୍ତେ; ଏବ-ନିଶ୍ଚିତଭାବେ; ମହାରଥାଃ- ଏକାକୀ ଦଶ ହଜାର ଯୋଦ୍ଧାଙ୍କର ବଳ ରଖିଥିବା ଶ୍ରେଷ୍ଠ ଯୋଦ୍ଧା, ମହାରଥୀ ।

Translation

BG 1.4-6: ତାଙ୍କର ସୈନ୍ୟ ବାହୀନିକୁ ଲକ୍ଷ କରନ୍ତୁ । ସେଥିରେ ଯୁଯୁଧାନ, ବିରାଟ ଓ ଦ୍ରୃପଦଙ୍କ ପରି ଅନେକ ଶକ୍ତିଶାଳୀ ଧନୁର୍ଧାରୀ ଯୋଦ୍ଧା ଅଛନ୍ତି, ଯେଉଁମାନେ କି ସାମରିକ ଶକ୍ତିରେ ଭୀମ ଓ ଅର୍ଜୁନଙ୍କ ସମତୁଲ୍ୟ ଅଟନ୍ତି । ଆହୁରି ମଧ୍ୟ ଧୃଷ୍ଟକେତୁ, କାଶୀରାଜ, ଚେକିତାନ, ପୁରୁଜିତ, କୁନ୍ତିଭୋଜ ଏବଂ ଶୈବଙ୍କ ପରି ପ୍ରଖ୍ୟାତ ଯୋଦ୍ଧା ଓ ନରଶ୍ରେଷ୍ଠଗଣ ଉପସ୍ଥିତ ଅଛନ୍ତି । ସାହସୀ ଯୁଧାମନ୍ୟୁ, ଶକ୍ତିଶାଳୀ ଉତ୍ତମୌଜା, ସୁଭଦ୍ରାଙ୍କ ପୁତ୍ର ଏବଂ ଦ୍ରୌପଦୀଙ୍କ ପୁତ୍ରଙ୍କ ପରି ପ୍ରଖ୍ୟାତ ସେନାଧ୍ୟକ୍ଷ ମାନେ ଅଛନ୍ତି ।

Commentary

ବିପତ୍ତିର ଆଶଙ୍କାରେ ଭୟଭୀତ ଦୁର୍ଯ୍ୟୋଧନଙ୍କ ଦୃଷ୍ଟିରେ, ପାଣ୍ଡବମାନଙ୍କର ସୈନ୍ୟବାହିନୀ ବାସ୍ତବତା ଠାରୁ ଅଧିକ ପ୍ରତୀତ ହେଉଥିଲା । ସେ ନିଜର ଉଦ୍‌ବେଗ ପ୍ରକାଶ କରି, ପାଣ୍ଡବ ପକ୍ଷରେ ଥିବା ମହାରଥୀ (ଜଣେ ଯୋଦ୍ଧା ଯାହାର ବଳ ଦଶହଜାର ସାଧାରଣ ଯୋଦ୍ଧାଙ୍କ ବଳ ସହିତ ସମାନ)ମାନଙ୍କ ପ୍ରତି ଈଶାରା କରୁଛନ୍ତି । ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କ ପକ୍ଷରେ ଥିବା ଅସାଧାରଣ ବୀର, ଯେଉଁମାନେ କି ଭୀମ ଏବଂ ଅର୍ଜୁନଙ୍କ ପରି ଶକ୍ତିଶାଳୀ ଅଟନ୍ତି ଏବଂ ଦୁର୍ଜେୟ ସେନାଧ୍ୟକ୍ଷ ଅଟନ୍ତି, ସେମାନଙ୍କ ବିଷୟରେ ସୂଚନା ଦେଉଛନ୍ତି ।

Watch Swamiji Explain This Verse