Bhagavad Gita: Chapter 7, Verse 11

ବଳଂ ବଳବତାଂ ଚାହଂ କାମରାଗବିବର୍ଜିତମ୍ ।
ଧର୍ମାବିରୁଦ୍ଧୋ ଭୂତେଷୁ କାମୋଽସ୍ମି ଭରତର୍ଷଭ ।।୧୧।।

ବଳଂ - ବଳ; ବଳବତାଂ - ବଳବାନମାନଙ୍କର; ଚ- ଏବଂ; ଅହଂ-ମୁଁ; କାମ- କାମ; ରାଗ-ଆସକ୍ତି (ରାଗ); ବିବର୍ଜିତମ୍ -ବର୍ଜିତ; ଧର୍ମ ଅବିରୁଦ୍ଧ- ଧର୍ମନୀତିର ବିରୁଦ୍ଧାଚରଣ କରୁ ନ ଥିବା; ଭୂତେଷୁ - ସମସ୍ତ ଜୀବଙ୍କଠାରେ; କାମଃ - ଯୌନ କ୍ରିୟା; ଅସ୍ମିି -ମୁଁ; ଭରତର୍ଷଭ- ହେ ଭରତଶ୍ରେଷ୍ଠ ।

Translation

BG 7.11: ହେ ଭାରତଶ୍ରେଷ୍ଠ! ବଳବାନ ବ୍ୟକ୍ତିଙ୍କର ମୁଁ କାମନା ଓ ଆସକ୍ତି ରହିତ ବଳ ଅଟେ । ମୁଁ ଧର୍ମ କିମ୍ବା ଶାସ୍ତ୍ର ନିର୍ଦ୍ଦେଶକୁ ଉଲ୍ଲଙ୍ଘନ କରୁ ନ ଥିବା ଯୌନ କ୍ରିୟା ଅଟେ ।

Commentary

ଅପ୍ରାପ୍ତ ବସ୍ତୁର ସକ୍ରିୟ କାମନାକୁ ବାସନା କୁହାଯାଏ । ଆସକ୍ତି ଏକ ନିଷ୍କ୍ରିୟ ମାନସିକ ଆବେଗ ଅଟେ, ଯାହା ଇପ୍‌ସିତ ବସ୍ତୁକୁ ପ୍ରାପ୍ତ କରିସାରିବା ପରେ, ତାହାକୁ ପୁନର୍ବାର ପ୍ରାପ୍ତ କରିବାର ତୃଷ୍ଣା ଜାଗ୍ରତ କରେ । ବଳର ବିଶେଷଣ ଭାବରେ କାମ-ରାଗ-ବିବର୍ଜିତମ୍‌, ଅର୍ଥାତ୍ “ବାସନା ଓ ଆସକ୍ତି ରହିତ”ଶବ୍ଦାବଳୀର ବ୍ୟବହାର କରି, ଶ୍ରୀକୃଷ୍ଣ ତାଙ୍କ ବଳର ସ୍ୱରୂପକୁ ସ୍ପଷ୍ଟ କରୁଛନ୍ତି । ସେ ସେହି ଶାନ୍ତ, ଉତ୍କୃଷ୍ଟ ଶକ୍ତି ଅଟନ୍ତି ଯାହା ମନୁଷ୍ୟକୁ ଅବିଚଳିତ ଭାବରେ ଅନବରତ ନିଜର କର୍ତ୍ତବ୍ୟ ସମ୍ପାଦନ କରିବାକୁ ଶକ୍ତି ପ୍ରଦାନ କରିଥାଏ ।

ଅନିୟନ୍ତ୍ରିତ ଯୌନକ୍ରିୟା, ଯେତେବେଳେ କେବଳ ବିଷୟ ଭୋଗ ଉଦ୍ଦେଶ୍ୟରେ କରାଯାଇଥାଏ, ତାହାକୁ ପାଶବିକ ଆଚରଣ ରୂପେ ବିବେଚିତ କରାଯାଏ । କିନ୍ତୁ ଗୃହସ୍ଥ ଜୀବନର ଏକ ଆଚରଣ ଭାବରେ, ନୀତିର ଉଲ୍ଲଘଂନ ନ କରି, ଯେତେବେଳେ ଏହା କେବଳ ବଂଶବୃଦ୍ଧି ଉଦ୍ଦେଶ୍ୟରେ କରାଯାଏ, ଏହାକୁ ଶାସ୍ତ୍ର ସମ୍ମତ ବିଚାର କରାଯାଏ । ଶ୍ରୀକୃଷ୍ଣ କହୁଛନ୍ତି, ସେ ବୈବାହିକ ଜୀବନର ସେହି ଧର୍ମସମ୍ମତ, ନିୟନ୍ତ୍ରିତ ଏବଂ ମହତ୍ ଉଦ୍ଦେଶ୍ୟ-ଯୁକ୍ତ ଯୌନ କ୍ରିୟା ଅଟନ୍ତି ।