Bhagavad Gita: Chapter 7, Verse 4

ଭୂମିରାପୋଽନଳୋ ବାୟୁଃ ଖଂ ମନୋ ବୁଦ୍ଧିରେବ ଚ ।
ଅହଂକାର ଇତୀୟଂ ମେ ଭିନ୍ନା ପ୍ରକୃତିରଷ୍ଟଧା ।।୪।।

ଭୂମିଃ - ଭୂମି; ଆପଃ - ଜଳ; ଅନଳଃ - ଅଗ୍ନି; ବାୟୁଃ - ବାୟୁ; ଖଂ - ଆକାଶ; ମନଃ - ମନ; ବୁଦ୍ଧିଃ - ବୁଦ୍ଧି; ଏବ - ନିଶ୍ଚିତଭାବେ; ଚ - ଏବଂ; ଅହଂକାରଃ - ଅହଙ୍କାର; ଇତି - ଏହିପରି; ଇୟଂ -ସମସ୍ତେ; ମେ- ମୋର; ଭିନ୍ନା -ଉପାଦାନ; ପ୍ରକୃତିଃ -ଶକ୍ତି; ଅଷ୍ଟଧା - ସମୁଦାୟ ଆଠ ।

Translation

BG 7.4: ପୃଥିବୀ, ଜଳ, ତେଜ, ବାୟୁ, ଆକାଶ, ମନ, ବୁଦ୍ଧି ଏବଂ ଅହଂକାର - ଏସବୁ ମୋ ମାୟା ଶକ୍ତିର ଆଠଟି ଉପାଦାନ ଅଟନ୍ତି ।

Commentary

ଯେଉଁ ମାୟାଶକ୍ତିରେ ଏହି ସଂସାର ଗଠିତ, ତାହା ଅତ୍ୟନ୍ତ ଜଟିଳ ଏବଂ ଅମାପ ଅଟେ । ଏହାର ଶ୍ରେଣୀ ବିଭାଜନ କରି, ଆମର ସୀମିତ ବୁଦ୍ଧିରେ, ଏହାକୁ ସାମାନ୍ୟ ବୋଧଗମ୍ୟ କରାଯାଇ ପାରିବ । କିନ୍ତୁ ପ୍ରତ୍ୟେକ ବିଭାଗର ଅନେକ ଉପ ବିଭାଗ ମଧ୍ୟ ରହିଛି । ଆଧୁନିକ ବିଜ୍ଞାନ ଦ୍ୱାରା ବ୍ୟବହୃତ ଶ୍ରେଣୀ ବିଭାଜନ ପ୍ରଣାଳୀରେ ତତ୍ତ୍ୱକୁ ଉପାଦାନ ମାନଙ୍କର ସମଷ୍ଟି ପଦାର୍ଥ ଭାବରେ ଗ୍ରହଣ କରାଯାଇ ଥାଏ । ଅଦ୍ୟାବଧି, ୧୧୮ଟି ଉପାଦାନ ଆବିଷ୍କୃତ ହୋଇ “ପିରିୟଡ଼ିକ୍ ଟେବୁଲ୍‌” (ଚରକ୍ସସକ୍ଟୟସମ ଗ୍ଧବଭକ୍ଷର)ର ଅନ୍ତର୍ଭୁକ୍ତ କରାଯାଇଅଛି । ଭଗବତ୍ ଗୀତା ଏବଂ ବୈଦିକ ସିଦ୍ଧାନ୍ତରେ କରାଯାଇଥିବା ଶ୍ରେଣୀ ବିଭାଜନ ଏହାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ । ଏଥିରେ ବସ୍ତୁକୁ ‘ପ୍ରକୃତି’ ବା ଭଗବାନଙ୍କର ଶକ୍ତି ରୂପେ ଦର୍ଶାଯାଇଅଛି । ଏହା ଆଠ ପ୍ରକାରର ଅଟେ, ଯାହାର ବର୍ଣ୍ଣନା ଏହି ଶ୍ଲୋକରେ କରାଯାଇଅଛି । ବିଗତ ଶତାବ୍ଦିର ଆଧୁନିକ ବିଜ୍ଞାନର ବିକାଶ ପରିପ୍ରେକ୍ଷୀରେ ବିଚାର କଲେ, ଆମେ ଜାଣିପାରିବା ଏହି ତଥ୍ୟ କେତେ ଚମତ୍କାର ଭାବରେ ଅନ୍ତର୍ଦୃଷ୍ଟି ପୂର୍ଣ୍ଣ ଅଟେ ।

୧୯୦୫ ମସିହାରେ ଆର୍ଲବଟ୍ ଆଇନଷ୍ଟାଇନ୍ ତାଙ୍କର ‘ଅନସ୍ ମିରାବିଲିସ୍‌’ (ଇଦ୍ଭଦ୍ଭଙ୍କଗ୍ଦ ଗସକ୍ସବଭସକ୍ଷସଗ୍ଦ) ସନ୍ଦର୍ଭରେ ‘ବସ୍ତୁ ଶକ୍ତି ସମୀକରଣ’ (ଗବଗ୍ଦଗ୍ଦ-ଋଦ୍ଭରକ୍ସଶଚ୍ଚ ଋକ୍ତଙ୍କସଙ୍ଖବକ୍ଷରଦ୍ଭମର) ସିଦ୍ଧାନ୍ତର ଉପସ୍ଥାପନା କରି ଦର୍ଶାଇ ଥିଲେ ଯେ, କୌଣସି ବସ୍ତୁଠାରେ ଶକ୍ତିରେ ପରିବର୍ତ୍ତନ ହେବାର କ୍ଷମତା ରହିଛି । ଏପରିକି ଋ=ଗମ୨ ସମୀକରଣ ଦ୍ୱାରା ଏହାକୁ ସଂଖ୍ୟାରେ ମଧ୍ୟ ପ୍ରକାଶ କରିହେବ । ଏହି ଜ୍ଞାନ ପୂର୍ବରୁ ସ୍ୱୀକୃତ ନିଉଟନ୍‌ଙ୍କର ତଥ୍ୟ “ବିଶ୍ୱ ଘନ ବସ୍ତୁ ଦ୍ୱାରା ଗଠିତ”କୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦେଲା । ପୁଣି ୧୯୨୦ ମସିହାରେ ନିଲ୍ ବୋର (ଘରସକ୍ଷ ଈକ୍ଟଷକ୍ସ) ଏବଂ ଅନ୍ୟ ବୈଜ୍ଞାନିକ ମାନେ କ୍ୱାଣ୍ଟମ୍ ସିଦ୍ଧାନ୍ତ (ଛଙ୍କବଦ୍ଭଗ୍ଧବଜ୍ଞ ଗ୍ଧଷରକ୍ଟକ୍ସଚ୍ଚ) ଉପସ୍ଥାପନ କରି ପଦାର୍ଥର ‘କଣିକା ଓ ତରଙ୍ଗ ରୂପକ ଦ୍ୱିବିଧ ଗୁଣ’ (ଊଙ୍କବକ୍ଷ ଚବକ୍ସଗ୍ଧସମକ୍ଷର ଙ୍ଗବଙ୍ଖର ଦ୍ଭବଗ୍ଧଙ୍କକ୍ସର କ୍ଟଲ ଜ୍ଞବଗ୍ଧଗ୍ଧରକ୍ସ) ପ୍ରତିପାଦିତ କରିଥିଲେ । ସେହିଦିନଠାରୁ ବୈଜ୍ଞାନିକମାନେ ଏକ ‘ଏକୀକୃତ କ୍ଷେତ୍ର ସିଦ୍ଧାନ୍ତ’ର ଅନ୍ୱେଷଣ କରୁଛନ୍ତି, ଯଦ୍ୱାରା ବିଶ୍ୱର ସମସ୍ତ ଶକ୍ତି ଓ ବସ୍ତୁକୁ ଗୋଟିଏ ସମନ୍ୱିତ ପ୍ରକ୍ରିୟାରେ ବୁଝିହେବ ।

୫୦୦୦ବର୍ଷ ପୂର୍ବେ, ବିଜ୍ଞାନର ବିକାଶ ହେବା ପୂର୍ବରୁ, ଶ୍ରୀକୃଷ୍ଣ ଅର୍ଜୁନଙ୍କ ସମ୍ମୁଖରେ ଯାହା ପ୍ରକାଶ କରିଥିଲେ ତାହା ଯଥାର୍ଥ ‘ଏକୀକୃତ କ୍ଷେତ୍ର ସିଦ୍ଧାନ୍ତ’ ଅଟେ । ସେ କହୁଛନ୍ତି ‘ଅର୍ଜୁନ ସୃଷ୍ଟିରେ ଯାହାକିଛି ରହିଛି, ସେସବୁ ମୋ ମାୟିକ ଶକ୍ତିର ପରିପ୍ରକାଶ ଅଟେ । ସେହି ଗୋଟିଏ ହିଁ ଶକ୍ତି ଅସଂଖ୍ୟ ରୂପ ଓ ସତ୍ତା ଭାବରେ ପ୍ରକାଶିତ ହୋଇଛି । ତୈତ୍ତିରୀୟ ଉପନିଷଦରେ ଏହାର ବିସ୍ତୃତ ବର୍ଣ୍ଣନା କରାଯାଇଅଛି ।

ତସ୍ମାଦ୍‌ବା ଏତସ୍ମାଦାତ୍ମନ ଆକାଶଃ ସମ୍ଭୁତଃ ଆକାଶାଦ୍‌ବାୟୁଃ ବାୟୋରଗ୍ନିଃ ଅଗ୍ନେରାପଃ ଅଦ୍‌ଭ୍ୟଃ ପୃଥିବୀ ପୃଥିବ୍ୟା ଔଷଧୟଃ ଔଷଧୀଭ୍ୟୋଽନ୍ନଂ ଅନ୍ନାତ୍‌ପୁରୁଷଃ ସ ବା ଏଷ ପୁରୁଷୋଽନ୍ନରସମୟଃ । (୨.୧.୨)

ମାୟିକ ଶକ୍ତିର ମୂଳ ସ୍ୱରୂପ ପ୍ରକୃତି ଅଟେ । ଭଗବାନ ଯେତେବେଳେ ସୃଷ୍ଟି ରଚନା କରିବାକୁ ଇଚ୍ଛା କରନ୍ତି, ସେ ପ୍ରକୃତି ଉପରକୁ ଦୃଷ୍ଟିପାତ କରନ୍ତି, ଯଦ୍ୱାରା ପ୍ରକୃତି ଆଲୋଡ଼ିତ ହୋଇ ‘ମହାନ’ ରୂପରେ ବିକଶିତ ହୁଏ । (ଯେହେତୁ ବିଜ୍ଞାନ ଏ ପର୍ଯ୍ୟନ୍ତ ଶକ୍ତିର ସେହି ସୂକ୍ଷ୍ମତର ସ୍ତରକୁ ସ୍ପର୍ଶ କରିପାରି ନାହିଁ, ଇଂରାଜୀ ଭାଷାରେ ଏହାର ଅନୁରୂପ ଶବ୍ଦ ନାହିଁ) । ‘ମହାନ’ ପୁନଶ୍ଚ ପ୍ରସାରିତ ହୋଇ ଅହଂକାରକୁ ପ୍ରକଟ କରିଥାଏ, ଯାହା ବିଜ୍ଞାନ ଅନ୍ତର୍ଗତ ସମସ୍ତ ତତ୍ତ୍ୱଠାରୁ ସୂକ୍ଷ୍ମତର ଅଟେ । ଅହଂକାରରୁ ‘ପଞ୍ଚ ତନ୍ମତ୍ରା’ ବା ପାଂଚ ପ୍ରକାରର ଅନୁଭୂତି, ସ୍ୱାଦ, ସ୍ପର୍ଶ, ଗନ୍ଧ, ରୂପ ଏବଂ ଶବ୍ଦର ଉତ୍ପତ୍ତି ହୁଏ । ସେମାନଙ୍କଠାରୁ ପଂଚ ମହାଭୂତ, ଆକାଶ, ବାୟୁ, ତେଜ, ଜଳ ଓ ପୃଥିବୀର ଉତ୍ପତ୍ତି ହୁଏ ।

ଏହି ଶ୍ଲୋକରେ ଶ୍ରୀକୃଷ୍ଣ କେବଳ ପଂଚ ସ୍ଥୁଳ ତତ୍ତ୍ୱକୁ ତାଙ୍କ ଶକ୍ତିର ପରିପ୍ରକାଶ ବୋଲି କହୁନାହାଁନ୍ତି, ତା ସହିତ ସେ ମନ, ବୁଦ୍ଧି ଓ ଅହଂକାରକୁ ମଧ୍ୟ ତାଙ୍କ ଶକ୍ତିର ବିଶେଷ ପ୍ରାକଟ୍ୟ ଭାବେ ବର୍ଣ୍ଣନା କରିଛନ୍ତି । ଶ୍ରୀକୃଷ୍ଣ କହୁଛନ୍ତି ଯେ ଏହିସବୁ ତାଙ୍କର ମାୟିକ ଶକ୍ତି ମାୟାର ଅଂଶ ଅଟେ । ଏହାର ଊର୍ଦ୍ଧ୍ୱରେ ଭଗବାନଙ୍କର ଉତ୍କୃଷ୍ଟ ଜୀବ ଶକ୍ତି ରହିଛି, ଯାହାର ବର୍ଣ୍ଣନା ପରବର୍ତ୍ତୀ ଶ୍ଲୋକରେ କରାଯାଇଛି ।