Bhagavad Gita: Chapter 7, Verse 9

ପୁଣ୍ୟୋ ଗନ୍ଧଃ ପୃଥିବ୍ୟାଂ ଚ ତେଜଶ୍ଚାସ୍ମି ବିଭାବସୌ ।
ଜୀବନଂ ସର୍ବଭୂତେଷୁ ତପଶ୍ଚାସ୍ମି ତପସ୍ୱିଷୁ ।।୯।।

ପୁଣ୍ୟଃ -ବିଶୁଦ୍ଧ; ଗନ୍ଧଃ -ଗନ୍ଧ; ପୃଥିବ୍ୟାଂ - ପୃଥିବୀର; ଚ -ଏବଂ; ତେଜଂ-ଦୀପ୍ତି; ଚ -ଏବଂ; ଅସ୍ମି -ମୁଁ; ବିଭାବସୌ - ଅଗ୍ନିରେ; ଜୀବନଂ -ଜୀବନ; ସର୍ବ- ସମସ୍ତ; ଭୁତେଷୁ -ଜୀବଙ୍କଠାରେ; ତପଃ -ତପସ୍ୟା; ଚ- ଏବଂ; ଅସ୍ମି-ମୁଁ; ତପସ୍ୱିଷୁ- ତପସ୍ୱୀ ମାନଙ୍କଠାରେ ।

Translation

BG 7.9: ମୁଁ ପୃଥିବୀର ବିଶୁଦ୍ଧ ସୁଗନ୍ଧ ଏବଂ ଅଗ୍ନିର ଉଜ୍ଜ୍ୱଳତା ଅଟେ । ମୁଁ ସମସ୍ତ ପ୍ରାଣୀଙ୍କର ଜୀବନ ଶକ୍ତି ଏବଂ ତପସ୍ୱୀଙ୍କର ସାଧନା ଅଟେ ।

Commentary

ସେ କିପରି ସମସ୍ତ ବସ୍ତୁର ମୌଳିକ ଗୁଣ ଅଟନ୍ତି, ଶ୍ରୀକୃଷ୍ଣ ତାହାର ବର୍ଣ୍ଣନା ଅବ୍ୟାହତ ରଖିଛନ୍ତି । ତପସ୍ୱୀମାନେ ଆତ୍ମ-ଶୁଦ୍ଧି ନିମନ୍ତେ ସ୍ୱେଚ୍ଛାରେ ଶାରୀରିକ ସୁଖତ୍ୟାଗ କରି, ସଂଯମ ଆଚରଣ କରିଥାଆନ୍ତି । ଭଗବାନ କହୁଛନ୍ତି ଯେ ସେମାନଙ୍କ ସଂଯମର କ୍ଷମତା ସେ ଅଟନ୍ତି । ସେ ଧରଣୀର ବିଶେଷତ୍ୱ, ସୁଗନ୍ଧ ଅଟନ୍ତି ଏବଂ ଅଗ୍ନିଶିଖାର ଉଜ୍ଜ୍ୱଳତା ମଧ୍ୟ ସେ ଅଟନ୍ତି ।