Bhagavad Gita: Chapter 7, Verse 22

ସ ତୟା ଶ୍ରଦ୍ଧୟା ଯୁକ୍ତସ୍ତସ୍ୟାରାଧନମୀହତେ ।
ଲଭତେ ଚ ତତଃ କାମାନ୍‌ମୟୈବ ବିହିତାହ୍ନି ତାନ୍ ।।୨୨।।

ସଃ - ସେ; ତୟା -ତାହାଦ୍ୱାରା; ଶ୍ରଦ୍ଧୟା - ବିଶ୍ୱାସରେ; ଯୁକ୍ତଃ - ଯୁକ୍ତହୋଇ; ତସ୍ୟ -ତାଙ୍କର; ଆରାଧନଂ - ଆରାଧନା; ଈହତେ - କରିବାକୁ ଇଚ୍ଛା କରେ; ଲଭତେ - ପ୍ରାପ୍ତହୁଏ; ଚ- ଏବଂ; ତତଃ - ତେଣୁ; କାମାନ୍ -କାମନା ସବୁ; ମୟା - ମୋ’ଦ୍ୱାରା; ଏବ- କେବଳ; ବିହିତାନ୍ -ପ୍ରଦାନ କରାଯାଏ; ହି -ନିଶ୍ଚିତ ଭାବରେ; ତାନ୍ -ସେଗୁଡ଼ିକୁ ।

Translation

BG 7.22: ଭକ୍ତ ବିଶ୍ୱାସ ଯୁକ୍ତ ହୋଇ ଜଣେ ଦେବତାଙ୍କର ପୂଜା କରେ ଏବଂ ତା’ର କାମ୍ୟ ବସ୍ତୁ ପ୍ରାପ୍ତ କରେ । କିନ୍ତୁ ବାସ୍ତବରେ ସେହି ଫଳାଫଳର ବ୍ୟବସ୍ଥା ମୁଁ ହିଁ କରିଥାଏ ।

Commentary

ଲଭତେ ଅର୍ଥ “ସେମାନେ ପ୍ରାପ୍ତ କରନ୍ତି ।” ଦେବତାମାନଙ୍କର ଭକ୍ତମାନେ, ତାଙ୍କୁ ପୂଜାକରି, ନିଜର ଇପ୍‌ସିତ ଫଳ ପ୍ରାପ୍ତ କରିପାରନ୍ତି, କିନ୍ତୁ ବାସ୍ତବରେ ସେହି ଫଳ ଦେବତାମାନେ ଦେଇ ନ ଥାନ୍ତି । ତାହା ଭଗବାନ ହିଁ ମଞ୍ଜୁର କରିଥାନ୍ତି । ଏହି ଶ୍ଲୋକଟି ସ୍ପଷ୍ଟଭାବେ ଦର୍ଶାଇଅଛି ଯେ, ଦେବତାମାନଙ୍କର ଭୌତିକ ଫଳ ପ୍ରଦାନ କରିବାର କ୍ଷମତା ମଧ୍ୟ ନାହିଁ । ଭଗବାନ ତାହା ମଞ୍ଜୁର କଲେ ହିଁ ସେମାନେ ତାଙ୍କ ଭକ୍ତମାନଙ୍କୁ ଫଳ ପ୍ରଦାନ କରି ପାରିବେ । କିନ୍ତୁ ସ୍ୱଳ୍ପ ବୁଦ୍ଧି ସମ୍ପନ୍ନ ବ୍ୟକ୍ତିମାନେ ଏହା ଭାବିଥାନ୍ତି ଯେ, ଏହି ଲାଭ ସେମାନେ ପୂଜା କରୁଥିବା ଦେବତାଙ୍କଠାରୁ ଉପଲବ୍ଧ ହୋଇଛି ।