Bhagavad Gita: Chapter 7, Verse 28

ଯେଷାଂ ତ୍ୱନ୍ତଗତଂ ପାପଂ ଜନାନାଂ ପୁଣ୍ୟକର୍ମଣାମ୍ ।
ତେ ଦ୍ୱନ୍ଦ୍ୱମୋହନିର୍ମୁକ୍ତା ଭଜନ୍ତେ ମାଂ ଦୃଢ଼ବ୍ରତାଃ ।।୨୮।।

ଯେଷାଂ - ଯେଉଁମାନଙ୍କର; ତୁ-କିନ୍ତୁ; ଅନ୍ତଗତଂ - ସମ୍ପୂର୍ଣ୍ଣରୂପେ ନଷ୍ଟ ହୋଇଅଛି; ପାପଂ -ପାପ; ଜନାନାଂ -ଲୋକମାନଙ୍କର; ପୁଣ୍ୟ -ପୁଣ୍ୟ; କର୍ମଣାମ୍‌- କର୍ମଗୁଡିକ; ତେ-ସେମାନେ; ଦ୍ୱନ୍ଦ୍ୱ - ଦ୍ୱନ୍ଦ୍ୱ (ଦ୍ୱୈତଭାବ), ମୋହ-ମୋହ; ନିର୍ମୁକ୍ତାଃ -ମୁକ୍ତ ହୋଇ; ଭଜନ୍ତେ - ଉପାସନା କରନ୍ତି; ମାଂ - ମୋତେ; ଦୃଢ଼ବ୍ରତାଃ -ନିଷ୍ଠାର ସହିତ ।

Translation

BG 7.28: କିନ୍ତୁ ପୁଣ୍ୟ କର୍ମଦ୍ୱାରା ଯାହାର ପାପସବୁ ନଷ୍ଟ ହୋଇଯାଇ ଥାଏ, ସେମାନେ ଦ୍ୱୈତର ଭ୍ରମରୁ ମୁକ୍ତ ହୋଇ ଯାଆନ୍ତି । ସେପରି ବ୍ୟକ୍ତିମାନେ ଦୃଢ଼ ନିଷ୍ଠାର ସହିତ ମୋର ଉପାସନା କରନ୍ତି ।

Commentary

ଶ୍ଲୋକ ୨.୬୯ରେ ଶ୍ରୀକୃଷ୍ଣ କହିଥିଲେ ଯେ, ଅଜ୍ଞାନୀ ଯାହାକୁ ରାତ୍ରୀ ମନେକରି ଥାଆନ୍ତି, ବିଜ୍ଞ ବ୍ୟକ୍ତିମାନେ ତାହାକୁ ଦିବସ ବିଚାର କରନ୍ତି । ଯେଉଁମାନଙ୍କର ଭଗବତ୍ ପ୍ରାପ୍ତିର ଅଭିଳାଷ ରହିଥାଏ, ସେମାନେ ଦୁଃଖକୁ ଆତ୍ମ-ତ୍ୟାଗ ଏବଂ ଆଧ୍ୟାତ୍ମିକ ପ୍ରଗତିର ସୁଯୋଗ ଭାବେ ସ୍ୱାଗତ କରିଥାନ୍ତି । ଆତ୍ମାକୁ ଆବୃତ କରି ଦେଉଥିବା ମାୟିକ ସୁଖ ପ୍ରତି ସେମାନେ ସାବଧାନ ରହିଥାନ୍ତି । ଏହିପରି ଭାବରେ ସେମାନେ ସୁଖ ପାଇଁ ବ୍ୟାକୁଳ କିମ୍ବା ଦୁଃଖ ପାଇଁ ବ୍ୟଥିତ ହୁଅନ୍ତି ନାହିଁ । ଆସକ୍ତି ଏବଂ ବିରକ୍ତିର ଦ୍ୱୈତରୁ ନିଜ ମନକୁ ମୁକ୍ତ କରିଥିବା ଏହି ଜୀବ ଅବିଚଳିତ ନିଷ୍ଠାରେ ମୋର ଉପାସନା କରିବାରେ ସଫଳ ହୁଅନ୍ତି ।