Bhagavad Gita: Chapter 7, Verse 12

ଯେ ଚୈବ ସାତ୍ତ୍ୱିକା ଭାବା ରାଜସାସ୍ତାମସାଶ୍ଚ ଯେ ।
ମତ୍ତଏବେତି ତାନ୍‌ବିଦ୍ଧି ନ ତ୍ୱହଂ ତେଷୁ ତେ ମୟି ।।୧୨।।

ଯେ -ଯାହାକିଛି; ଚ - ଏବଂ; ଏବ - ନିଶ୍ଚିତଭାବେ; ସାତ୍ତ୍ୱିକାଃ - ସତ୍ତ୍ୱଗୁଣୀ; ଭାବାଃ - ଭାବରେ; ରାଜସାଃ - ରଜଗୁଣୀ; ତାମସାଃ -ତମଗୁଣୀ; ଚ - ଏବଂ; ଯେ -ଯାହାକିଛି; ମତ୍ତଃ- ମୋ’ଠାରୁ; ଏବ- ନିଶ୍ଚିତଭାବେ; ଇତି - ଏହିପରି; ତାନ୍ - ସେମାନଙ୍କୁ; ବିଦ୍ଧି -ଜାଣ; ନ - ନୁହେଁ; ତୁ - କିନ୍ତୁ; ଅହଂ -ମୁଁ; ତେଷୁ - ସେମାନଙ୍କଠାରେ; ତେ-ସେମାନେ; ମୟି - ମୋ’ଠାରେ ।

Translation

BG 7.12: ସଂସାରରେ ଥିବା ତିନିଗୋଟି ଗୁଣ- ସତ୍ତ୍ୱ, ରଜ ଓ ତମ - ମୋ ଶକ୍ତିର ପ୍ରାକଟ୍ୟ ଅଟନ୍ତି । ସେମାନେ ମୋ ଭିତରେ ଅଛନ୍ତି, କିନ୍ତୁ ମୁଁ ତାଙ୍କଠାରୁ ଊର୍ଦ୍ଧ୍ୱରେ ରହିଥାଏ ।

Commentary

ପୂର୍ବବର୍ତ୍ତୀ ଚାରିଗୋଟି ଶ୍ଲୋକରେ ଶ୍ରୀକୃଷ୍ଣ ତାଙ୍କର ଐଶ୍ୱର୍ଯ୍ୟ ବର୍ଣ୍ଣନା ସାରିବା ପରେ, ଏହି ଶ୍ଲୋକରେ ସେ ତାର ସାରାଂଶ କହିଛନ୍ତି । ସେ ଦୃଢ଼ତାର ସହ କହୁଛନ୍ତି ଯେ, “ହେ ଅର୍ଜୁନ! ମୁଁ କିପରି ସମସ୍ତ ବସ୍ତୁର ସାର ଅଟେ, ତାହା ବର୍ଣ୍ଣନା କଲି । ତାହାର ବିଶଦ ବର୍ଣ୍ଣନା କରିବାର କୌଣସି ଆବଶ୍ୟକତା ନାହିଁ । ସମସ୍ତ ଭଲ, ମନ୍ଦ ଓ କୁରୁପ ବସ୍ତୁ ଏବଂ ସେମାନଙ୍କର ସ୍ଥିତି ମୋର ଶକ୍ତି ଦ୍ୱାରା ହିଁ ସମ୍ଭବ ହୁଏ ।”

ଯଦିଓ ସମସ୍ତ ବସ୍ତୁ ତାଙ୍କଠାରୁ ଉତ୍ପନ୍ନ ହୋଇଥାଆନ୍ତି, ତଥାପି ସେ ସ୍ୱତନ୍ତ୍ର ଏବଂ ସବୁର ଊର୍ଦ୍ଧ୍ୱରେ । “ଇନ୍ ମେମୋରିଅମ୍‌” (ଓଦ୍ଭ ଗରଜ୍ଞକ୍ଟକ୍ସସଙ୍କଜ୍ଞ) ପଦ୍ୟରେ ପ୍ରସିଦ୍ଧ କବି ଆଲ୍‌ଫ୍ରେଡ୍ ଟେନିସନ୍ (ଇକ୍ଷଲକ୍ସରୟ ଞରଦ୍ଭଦ୍ଭଚ୍ଚଗ୍ଦକ୍ଟଦ୍ଭ) ପ୍ରକାଶ କରିଛନ୍ତି:

ଆମ ଛୋଟ ମଣ୍ଡଳ ମାନଙ୍କର ଦିନ ଅଛି;
ସେମାନଙ୍କର ଦିନ ଥାଏ ଏବଂ ସମାପ୍ତ ମଧ୍ୟ ହୋଇଯାଏ ।
ସେମାନେ କେବଳ ଆପଣଙ୍କର ବିଚ୍ଛିନ୍ନ ଆଲୋକ,
ଏବଂ ହେ ପ୍ରଭୁ ଆପଣ ସେମାନଙ୍କଠାରୁ ଅଧିକ ଅଟନ୍ତି ।