Bhagavad Gita: Chapter 11, Verse 49

ମା ତେ ବ୍ୟଥା ମା ଚ ବିମୂଢ଼ଭାବୋ
ଦୃଷ୍ଟ୍‌ୱା ରୂପଂ ଘୋରମୀଦୃଙ୍‌ମମେଦମ୍ ।
ବ୍ୟପେତଭୀଃ ପ୍ରୀତମନାଃ ପୁନସ୍ତ୍ୱଂ
ତଦେବ ମେ ରୂପମିଦଂ ପ୍ରପଶ୍ୟ ।।୪୯।।

ମା ତେ -ତୁମେ ହେବା ଉଚିତ୍ ନୁହେଁ; ବ୍ୟଥା- ଭୀତ;ମା- ନୁହେଁ;ଚ- ଏବଂ;ବିମୂଢ଼-ଭାବଃ- ବିବ୍ରତ ଅବସ୍ଥା; ଦୃଷ୍ଟ୍‌ବା- ଦେଖି; ରୂପଂ-ରୂପ; ଘୋରଂ-ଭୟଙ୍କର; ଈଦୃକ୍‌-ଏପରି; ମମ- ମୋର; ଇଦଂ-ଏହି; ବ୍ୟପେତଭୀଃ- ସମସ୍ତ ପ୍ରକାର ଭୟରୁ ମୁକ୍ତ ; ପ୍ରୀତମନାଃ-ସନ୍ତୁଷ୍ଟମନା; ପୁନଃ-ପୁଣି; ତ୍ୱଂ-ତୁମେ;ତତ୍ ଏବ- ସେହିପରି;ମେ-ମୋର;ରୂପଂ-ରୂପ; ଇଦଂ-ଏହି; ପ୍ରପଶ୍ୟ-ଦେଖ ।

Translation

BG 11.49: ମୋର ଏହି ଭୟଙ୍କର ରୂପ ଦେଖି ଭୟଭୀତ ହୁଅ ନାହିଁ କିମ୍ବା ବିଚଳିତ ହୁଅନାହିଁ । ନିର୍ଭୟ ହୋଇ ପ୍ରସନ୍ନ ଚିତ୍ତରେ, ପୁଣିଥରେ ମୋର ସାକାର ରୂପ ଦର୍ଶନ କର ।

Commentary

ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କ୍ରମାଗତ ଭାବରେ ଆଶ୍ୱାସନା ଦେଇ କହୁଛନ୍ତି ଯେ, ସେ ଭୟଭୀତ ହେବା ପରିବର୍ତ୍ତେ, ବିଶ୍ୱରୂପ ଦର୍ଶନ କରିଥିବାରୁ ନିଜକୁ ସୌଭାଗ୍ୟଶାଳୀ ମନେ କରିବା ଉଚିତ । ପୁଣି ସେ ଅର୍ଜୁନଙ୍କୁ ତାଙ୍କର ସାକାର ରୂପ ଦେଖି ଭୟ ତ୍ୟାଗ କରିବାକୁ କହୁଛନ୍ତି ।