Bhagavad Gita: Chapter 11, Verse 6

ପଶ୍ୟାଦିତ୍ୟାନ୍‌ବସୂନ୍‌ରୁଦ୍ରାନଶ୍ୱିନୌ ମରୁତସ୍ତଥା ।
ବହୂନ୍ୟଦୃଷ୍ଟପୂର୍ବାଣି ପଶ୍ୟାଶ୍ଚର୍ଯ୍ୟାଣି ଭାରତ ।।୬।।

ପଶ୍ୟ - ଦେଖ; ଆଦିତ୍ୟାନ୍ - ଅଦିତିଙ୍କର ବାରପୁତ୍ରଙ୍କୁ; ବସୂନ୍ - ଅଷ୍ଟବସୁ; ରୁଦ୍ରାନ୍ - ରୁଦ୍ରଙ୍କର ଏକାଦଶ ରୂପ; ଅଶ୍ୱିନୌ - ସ୍ୱର୍ଗର ଦୁଇବୈଦ୍ୟ; ମରୁତଃ - ଅଣଚାଶ ମରୁତ (ବାୟୁୁ ଦେବତାଗଣ); ତଥା - ମଧ୍ୟ; ବହୂନି - ଅନେକ; ଅଦୃଷ୍ଟ - ଅଦେଖା; ପୂର୍ବାଣି - ପୂର୍ବରୁ; ପଶ୍ୟ - ଦେଖ; ଆଶ୍ଚର୍ଯ୍ୟାଣି - ସବୁ ଆଶ୍ଚର୍ଯ୍ୟ; ଭାରତ - ହେ ଭରତଶ୍ରେଷ୍ଠ ।

Translation

BG 11.6: ହେ ଭରତ ଶ୍ରେଷ୍ଠ! ଅଦିତିଙ୍କର (ବାର) ପୁତ୍ର, (ଅଷ୍ଟ) ବସୁଗଣ, (ଏଗାର) ରୁଦ୍ରଗଣ, (ଯମଜ) ଅଶ୍ୱିନି କୁମାର, (ଅଣଚାଶ) ମରୁତଗଣ ଏବଂ ଅନ୍ୟ ଅନେକ ବିସ୍ମୟ, ଯାହା ପୂର୍ବରୁ କେବେବି ପ୍ରକଟ ହୋଇ ନ ଥିଲା, ସେ ସବୁକୁ ମୋ ଭିତରେ ଦେଖ ।

Commentary

ଭଗବାନଙ୍କର ବିଶ୍ୱରୂପରେ ପୃଥିବୀ ପୃଷ୍ଠର ସମସ୍ତ ଐଶ୍ଚର୍ଯ୍ୟ ସମାହିତ ହେବା ସହିତ ଉଚ୍ଚତର ଲୋକମାନଙ୍କର ଐଶ୍ୱର୍ଯ୍ୟ ମଧ୍ୟ ସମାହିତ ହୋଇଥିଲା, ଯାହାକି ଏହି ପ୍ରକାରରେ କେବେ ବି ପ୍ରକଟିତ ହୋଇ ନ ଥିଲା । ସେଥିରେ ସେ ସ୍ୱର୍ଗର ଦେବତାମାନଙ୍କୁ, ଯେଉଁମାନେ କି ତାଙ୍କ ଦିବ୍ୟ ବ୍ୟକ୍ତିତ୍ୱର ଏକ କ୍ଷୁଦ୍ର ଅଂଶ ମାତ୍ର ଅଟନ୍ତି; ସେ ବାର ଆଦିତ୍ୟ, ଅଷ୍ଟବସୁ, ଏକଦଶ ରୁଦ୍ର, ଦୁଇ ଅଶ୍ୱିନୀ କୁମାର ତଥା ଅଣଚାଶ ମରୁତଙ୍କୁ ତାଙ୍କ ମଧ୍ୟରେ ସମାହିତ ହୋଇଥିବା ଦେଖାଇଲେ ।

ଅଦିତିଙ୍କର ବାରଜଣ ପୁତ୍ର ହେଲେ: ଧାତା, ମିତ୍ର, ଅର୍ଯ୍ୟମ, ଶକ୍ର, ବରୁଣ, ଅଂଶ, ଭାଗ, ବିବସ୍ୱାନ, ପୁଶ, ସବିତ, ତ୍ୱଷ୍‌ତ, ବାମନ । ଅଷ୍ଟବସୁଗଣ ହେଲେ: ଦର, ଧ୍ରୁବ, ସୋମ, ଅହଃ, ଅନିଳ, ଅନଳ, ପ୍ରତୁୁ୍ୟଷ, ପ୍ରଭାସ ।

ଏକାଦଶ ରୁଦ୍ରଗଣ ହେଲେ: ହର, ବହୁରୂପ, ତ୍ର‌୍ୟମ୍ବକ, ଅପରାଜିତ, ବୃସକପି, ଶମ୍ଭୁ, କପର୍ଦି, ରୈବତ, ମୃଗବ୍ୟାଧ, ସର୍ବ, କପାଳି । ଦୁଇ ଯମଜ ଅଶ୍ୱିନୀ କୁମାରମାନେ ଦେବତାମାନଙ୍କର ବୈଦ୍ୟ ଅଟନ୍ତି ।

ଅଣଚାଶ ମରୁତଗଣ (ବାୟୁଦେବତା) ହେଲେ: ସତ୍ୱଜ୍ୟୋତି, ଆଦିତ୍ୟ, ସତ୍ୟଜ୍ୟୋତି, ତିର୍ଯ୍ୟଗ୍‌ଜ୍ୟୋତି, ସଜ୍ୟୋତି, ଜ୍ୟୋତିସ୍ମାନ୍‌, ହରିତ, ଋତଜିତ୍‌, ସତ୍ୟଜିତ୍‌, ସୁଶେଣ, ସେନାଜିତ, ସତ୍ୟମିତ୍ର, ଅଭିମିତ୍ର, ହରିମିତ୍ର, କ୍ରିତ, ସତ୍ୟ, ଧ୍ରୁବ, ଧର୍ତ, ବିର୍ଧତ, ବିଧାରୟ, ଧ୍ୱନ୍ତ, ଧୁନି, ଉଗ୍ର, ଭୀମ, ଅଭିୟୁ, ସକ୍ଷିପ, ଇଦ୍ରିକ, ଅନ୍ୟଦ୍ରିକ, ଯାଦ୍ରିକ, ପ୍ରତିକ୍ରିତ, ରିକ, ସମିତି, ସମ୍ରମ୍ଭ, ଇଦ୍ରିକ୍ଷ, ପୁରୁଷ, ଅନ୍ୟଦ୍ରିକ୍ଷ, ଚେତସ, ସମିତ, ସମିଦ୍ରିକ୍ଷ, ପ୍ରତିଦ୍ରିକ୍ଷ, ମରୁତ, ଶରତ, ଦେବ, ଦିଶ, ଯଜୁଃ, ଅନୁଦ୍ରିକ, ସମ, ମନୁଷ ଏବଂ ବିଷ ।