Bhagavad Gita: Chapter 11, Verse 15

ଅର୍ଜୁନ ଉବାଚ
ପଶ୍ୟାମି ଦେବାଂସ୍ତବ ଦେବ ଦେହେ
ସର୍ବାଂସ୍ତଥା ଭୂତବିଶେଷସଂଘାନ୍ ।
ବ୍ରହ୍ମାଣମୀଶଂ କମଳାସନସ୍ଥ
ମୃଷୀଂଶ୍ଚ ସର୍ବାନୁରଗାଂଶ୍ଚ ଦିବ୍ୟାନ୍ ।।୧୫।।

ଅର୍ଜୁନ ଉବାଚ - ଅର୍ଜୁନ କହିଲେ; ପଶ୍ୟାମି - ମୁଁ ଦେଖୁଛି; ଦେବାନ୍ - ସମସ୍ତ ଦେବତା; ତବ - ଆପଣଙ୍କର ; ଦେବ- ହେ ଭଗବାନ; ଦେହେ - ଶରୀରରେ; ସର୍ବାନ୍ - ସମସ୍ତ; ତଥା - ତଥା; ଭୂତ - ଜୀବଗଣ; ବିଶେଷ ସଂଘାନ୍ - ବିଶେଷ କରି ଏକତ୍ରିତ; ବ୍ରହ୍ମାଣମ୍ - ଶ୍ରୀ ବ୍ରହ୍ମାଜୀ; ଈଶଂ - ଶ୍ରୀ ଶିବଜୀ; କମଳ-ଆସନସ୍ଥମ୍ - ପଦ୍ମ ପୁଷ୍ପ ଉପରେ ବସି; ଋଷୀନ୍ - ମହର୍ଷିଗଣ; ଚ - ଏବଂ; ସର୍ବାନ୍ - ସମସ୍ତ; ଉରଗାନ୍ -ସର୍ପଗଣ; ଚ- ଏବଂ; ଦିବ୍ୟାନ୍ - ଦିବ୍ୟ ।

Translation

BG 11.15: ଅର୍ଜୁନ କହିଲେ, ହେ ଶ୍ରୀକୃଷ୍ଣ! ମୁଁ ଆପଣଙ୍କ ଶରୀର ମଧ୍ୟରେ ସମସ୍ତ ଦେବତା ତଥା ଅସଂଖ୍ୟ ପ୍ରକାରର ପ୍ରାଣୀଙ୍କୁ ଦେଖିପାରୁଛି । ମୁଁ ପଦ୍ମଫୁଲ ଉପରେ ବସିଥିବା ବ୍ରହ୍ମାଙ୍କୁ, ଶିବଙ୍କୁ, ସମସ୍ତ ମୁନିଋଷି ତଥା ସ୍ୱର୍ଗୀୟ ସର୍ପମାନଙ୍କୁ ମଧ୍ୟ ଦେଖିପାରୁଛି ।

Commentary

ଅର୍ଜୁନ ବିସ୍ମୟାଭିଭୂତ ହୋଇ କହିଲେ ଯେ ସେ ତ୍ରିଲୋକର ସମସ୍ତ ପ୍ରାଣୀ ଏବଂ ସ୍ୱର୍ଗଲୋକର ଦେବତାଗଣଙ୍କୁ ସେ ଦେଖିପାରୁଛନ୍ତି । କମଳାସନସ୍ଥମ୍ ଶବ୍ଦ ବ୍ରହ୍ମାଙ୍କୁ ବୁଝାଏ, ଯିଏ ବିଶ୍ୱର ପଦ୍ମ ଚକ୍ରରେ ଉପବେଶନ କରିଥାଆନ୍ତି । ଭଗବାନ ଶିବ, ବିଶ୍ୱାମିତ୍ର ଆଦି ଋଷିଗଣ ଏବଂ ବାସୁକି ଆଦି ସର୍ପଗଣ ସେହି ବିଶ୍ୱରୂପ ମଧ୍ୟରେ ଦୃଶ୍ୟମାନ ହେଉଥିଲେ ।