Bhagavad Gita: Chapter 11, Verse 12

ଦିବି ସୂର୍ଯ୍ୟସହସ୍ରସ୍ୟ ଭବେଦ୍ୟୁଗପଦୁତ୍‌ଥିତା ।
ଯଦି ଭାଃ ସଦୃଶୀ ସା ସ୍ୟାଦ୍ଭାସସ୍ତସ୍ୟ ମହାତ୍ମନଃ ।।୧୨।।

ଦିବି - ଆକାଶରେ; ସୂର୍ଯ୍ୟ- ସୂର୍ଯ୍ୟ; ସହସ୍ରସ୍ୟ - ହଜାର ହଜାର; ଭବେତ୍ - ଥିଲେ; ଯୁଗପତ୍ - ଏକ ସଙ୍ଗେ; ଉତ୍‌ଥିତା - ଉଦୟ ହେବା; ଯଦି - ଯଦି; ଭାଃ - ତେଜ; ସଦୃଶୀ - ତାହାପରି; ସା - ତାହା; ସ୍ୟାତ୍ - ହୋଇପାରେ; ଭାସଃ - ଦୀପ୍ତି (ଜ୍ୟୋତି), ତସ୍ୟ - ତାଙ୍କର; ମହାତ୍ମନଃ - ମହାନ୍ ବ୍ୟକ୍ତିତ୍ୱଙ୍କର ।

Translation

BG 11.12: ଆକାଶରେ ଏକ ହଜାର ସୂର୍ଯ୍ୟ ଏକତ୍ର ପ୍ରଜ୍ୱଳିତ ହେଲେ ମଧ୍ୟ ସେମାନେ ସେହି ବିରାଟ ସ୍ୱରୂପର ଦୀପ୍ତି ସହିତ ତୁଳନୀୟ ହୋଇପାରିବେ ନାହିଁ ।

Commentary

ସଞ୍ଜୟ ବର୍ତ୍ତମାନ ବିଶ୍ୱରୂପର ଦୀପ୍ତି ବର୍ଣ୍ଣନା କରୁଛନ୍ତି । ଏହାର ଉଜ୍ଜ୍ୱଳମୟ କାନ୍ତି ସମ୍ବନ୍ଧରେ ସାମାନ୍ୟ ଧାରଣା ଦେବା ପାଇଁ, ସେ ଏହାକୁ ମଧ୍ୟାହ୍ନ ଆକାଶରେ ଏକ ସଙ୍ଗେ ଏକ ହଜାର ସୂର୍ଯ୍ୟ ପ୍ରଜ୍ଜ୍ୱଳିତ ହେବାର କାନ୍ତି ସହିତ ତୁଳନା କରୁଛନ୍ତି । ବାସ୍ତବରେ ଭଗବାନଙ୍କର ଦୀପ୍ତି ଅସୀମ ଅଟେ, ଏହାକୁ ସୂର୍ଯ୍ୟଙ୍କର ଦୀପ୍ତି ଦ୍ୱାରା ମାପି ହେବ ନାହିଁ । ତଥାପି ଭାଷ୍ୟକାର ମାନେ ଅନେକ ସମୟରେ ଗୋଟିଏ ଅଜ୍ଞାତ ବସ୍ତୁର ବର୍ଣ୍ଣନା ଗୋଟିଏ ଜ୍ଞାତ ବସ୍ତୁ ସାହାଯ୍ୟରେ କରିଥାନ୍ତି । ଏକ ହଜାର ସୂର୍ଯ୍ୟର ଉପମା, ସଞ୍ଜୟଙ୍କର ଏହି ମନୋଭାବକୁ ପ୍ରକାଶ କରିଥାଏ ଯେ  ଭଗବାନଙ୍କ ଦୀପ୍ତିର କୌଣସି ତୁଳନା ନାହିଁ ।