Bhagavad Gita: Chapter 3, Verse 42

ଇନ୍ଦ୍ରିୟାଣି ପରାଣ୍ୟାହୁରିନ୍ଦ୍ରିୟେଭ୍ୟଃ ପରଂ ମନଃ ।
ମନସସ୍ତୁ ପରା ବୁଦ୍ଧିର୍ଯୋ ବୁଦ୍ଧେଃ ପରତସ୍ତୁ ସଃ ।। ୪୨ ।।

ଇନ୍ଦ୍ରିୟାଣି - ଇନ୍ଦ୍ରିୟଗୁଡିକ; ପରାଣି - ଉନ୍ନତତର; ଆହୁଃ-କୁହାଯାଏ; ଇନ୍ଦ୍ରିୟେଭ୍ୟଃ- ଇନ୍ଦ୍ରିୟମାନଙ୍କ ଠାରୁ ଅଧିକ; ପରଂ- ଉନ୍ନତ; ମନଃ-ମନ; ମନସଃ - ମନଠାରୁ ଅଧିକ; ତୁ - ମଧ୍ୟ; ପରା- ଉନ୍ନତର; ବୁଦ୍ଧିଃ- ବୁଦ୍ଧି; ଯଃ- ଯେ; ବୁଦ୍ଧେଃ - ବୁଦ୍ଧି ଅପେକ୍ଷା; ପରତଃ- ଉନ୍ନତତର; ତୁ - କିନ୍ତୁ; ସଃ - ସେ । (ଆତ୍ମା) ।

Translation

BG 3.42: ସ୍ଥୁଳ ଶରୀର ଠାରୁ ଉର୍ଦ୍ଧ୍ୱରେ ଇନ୍ଦ୍ରିୟମାନଙ୍କର ସ୍ଥିତି । ଇନ୍ଦ୍ରିୟମାନଙ୍କର ଉର୍ଦ୍ଧ୍ୱରେ ମନର ସ୍ଥିତି । ମନ ଉର୍ଦ୍ଧ୍ୱରେ ବୁଦ୍ଧି ଏବଂ ବୁଦ୍ଧିଠାରୁ ମଧ୍ୟ ଉର୍ଦ୍ଧ୍ୱରେ ଆତ୍ମାର ସ୍ଥିତି ଅଟେ ।

Commentary

ଗୋଟିଏ ନିମ୍ନ ସ୍ତରରେ ଥିବା ବସ୍ତୁ, ତା’ଠାରୁ ଉଚ୍ଚତର ସ୍ତରରେ ଥିବା ବସ୍ତୁଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ଶ୍ରୀକୃଷ୍ଣ ଏଠାରେ, ଭଗବାନ ଆମକୁ ପ୍ରଦାନ କରିଥିବା ଉପକରଣ(ଶକ୍ତି) ଗୁଡିକର ସ୍ତର ନିରୂପଣ କରୁଛନ୍ତି ।  ସେ ବର୍ଣ୍ଣନା କରୁଛନ୍ତି ଯେ ଶରୀର ସ୍ଥୁଳ ଭୌତିକ ପଦାର୍ଥ ଦ୍ୱାରା ଗଠିତ । ତାହା ଠାରୁ ଶ୍ରେଷ୍ଠ ପାଞ୍ଚ ଜ୍ଞାନେନ୍ଦ୍ରିୟ (ଯେଉଁମାନେ ସ୍ୱାଦ, ସ୍ପର୍ଶ, ଦୃଶ୍ୟ, ଗନ୍ଧ ଓ ଶବ୍ଦର ଅନୁଭୂତି କରାନ୍ତି) । ଇନ୍ଦ୍ରିୟମାନଙ୍କ ଉର୍ଦ୍ଧ୍ୱରେ ମନ ଏବଂ ମନର ଉର୍ଦ୍ଧ୍ୱରେ ବୁଦ୍ଧିର ସ୍ଥିତି, ଯାହା ବିଚାରଣ ଶକ୍ତି ଯୁକ୍ତ ଅଟେ । କିନ୍ତୁ ଦିବ୍ୟ ଆତ୍ମା ତା’ ଠାରୁ ମଧ୍ୟ ଉର୍ଦ୍ଧ୍ୱରେ ଅବସ୍ଥିତ । 

ଇନ୍ଦ୍ରିୟ, ମନ, ବୁଦ୍ଧି ଓ ଆତ୍ମା ଏମାନଙ୍କର ଶ୍ରେଷ୍ଠତାର ସ୍ତର ଅନୁଯାୟୀ, ବର୍ତ୍ତମାନ ଆମେ ଜ୍ଞାନର ଉପଯୋଗ କରି କାମନାର ମୂଳୋତ୍ପାଟନ କିପରି କରିବା, ତାହା ଏହି ଅଧ୍ୟାୟର ଶେଷ ଶ୍ଲୋକରେ ବର୍ଣ୍ଣନା କରାଯାଉଛି ।

Watch Swamiji Explain This Verse