Bhagavad Gita: Chapter 3, Verse 39

ଆବୃତଂ ଜ୍ଞାନମେତେନ ଜ୍ଞାନିନୋ ନିତ୍ୟବୈରିଣା ।
କାମରୂପେଣ କୈନ୍ତେୟ ଦୁଷ୍ଟୂରେଣାନଲେନ ଚ ।। ୩୯ ।।

ଆବୃତଂ - ଆବୃତ; ଜ୍ଞାନମ୍ - ଜ୍ଞାନ; ଏତେନ - ଏହାଦ୍ୱାରା; ଜ୍ଞାନିନଃ - ଜ୍ଞାନୀମାନଙ୍କର; ନିତ୍ୟ ବୈରିଣା- ନିତ୍ୟ ଶତ୍ରୁ; କାମ ରୂପେଣ - କାମନା ରୂପରେ; କୌନ୍ତେୟ - ହେ କୁନ୍ତୀପୁତ୍ର; ଦୁଷ୍ପୂରେଣ - କେବେ ହେଲେ ସନ୍ତୁଷ୍ଟ ନୁହେଁ; ଅନଳେନ - ଅଗ୍ନି ପରି; ଚ - ମଧ୍ୟ ।

Translation

BG 3.39: ହେ କୁନ୍ତିପୁତ୍ର, ଏହି ଅଗ୍ନି ପରି ପ୍ରଜ୍ୱଳିତ, ସର୍ବଦା ଅତୃପ୍ତ କାମନା ରୂପକ ଚିରନ୍ତନ ଶତ୍ରୁଦ୍ୱାରା ସୁକ୍ଷ୍ମ ବିଚାରବନ୍ତ ବ୍ୟକ୍ତିଙ୍କର ବୁଦ୍ଧି ମଧ୍ୟ ଆଚ୍ଛନ୍ନ ହୋଇଯାଏ ।

Commentary

ଶ୍ରୀକୃଷ୍ଣ ଏଠାରେ କାମନାର ବିନାଶକାରୀ ଗୁଣକୁ ଆହୁରି ସ୍ପଷ୍ଟ କରିଛନ୍ତି । କାମ ଅର୍ଥ “କାମନା”, ଦୁଷ୍ପୂରେଣ ଅର୍ଥ “ଅତୃପ୍ତ” ଅନଳ ଅର୍ଥାତ୍ “ଯାହା ଲିଭେ ନାହିଁ ” ।  କାମନା ଜ୍ଞାନୀ ମାନଙ୍କର ବିଚାର ଶକ୍ତିକୁ ବଶୀଭୂତ କରି,ସେମାନଙ୍କୁ ତାହାର ପୂର୍ତ୍ତୀ ନିମନ୍ତେ ପ୍ରଲୋଭିତ କରିଥାଏ । ଏହି କାମନାକୁ ଲିଭାଇବା ପାଇଁ ସେମାନେ ଯେତେ ଅଧିକ ପ୍ରୟାସ କରନ୍ତି, ତାହା ସେତେ ଅଧିକ ଜଳିବାରେ ଲାଗେ । ବୁଦ୍ଧ କହିଛନ୍ତି:

ନ କହାପନ ବସେ୍‌ସନ, ତିତ୍ତି କାମେସୁ ବିଜ୍ଜତି
ଅପ୍ପସ୍‌ସାଦା କାମା  ଦୁଖା କାମା, ଇତି ବିନ୍ନାୟ  ପଣ୍ଡିତୋ । (ଧମ୍ମପଦ,୧୮୬)

“କାମନା ଏକ ଅଦମ୍ୟ ଅଗ୍ନିଶିଖା ପରି ପ୍ରଜ୍ଜ୍ୱଳିତ ହେବାରେ ଲାଗିଥାଏ, ଯାହା କେବେବି କାହାକୁ ଆନନ୍ଦ ପ୍ରଦାନ କରିପାରେ ନାହିଁ । ଏହାକୁ ଦୁଃଖର ମୂଳ କାରଣ ମନେକରି, ଜ୍ଞାନୀମାନେ ଏହାର ବର୍ଜନ କରିଥାଆନ୍ତି । କିନ୍ତୁ ଯେଉଁ ମାନେ ଏହି ରହସ୍ୟକୁ ବୁଝି ପାରନ୍ତି ନାହିଁ, ସେମାନେ କାମନା ପୂର୍ଣ୍ଣ କରିବାର ବୃଥା ଚେଷ୍ଟାରେ ନିଜର ଜୀବନ ନଷ୍ଟ କରି ଦେଇ ଥାଆନ୍ତି ।”