Bhagavad Gita: Chapter 3, Verse 19

ତସ୍ମାଦସକ୍ତଃ ସତତଂ କାର୍ଯ୍ୟଂ କର୍ମ ସମାଚର ।
ଅସକ୍ତୋ ହ୍ୟାଚରନ୍ କର୍ମ ପରମାପ୍ନୋତି ପୁରୁଷଃ ।। ୧୯ ।।

ତସ୍ମାତ୍ - ତେଣୁ; ଅସକ୍ତଃ - ଅନାସକ୍ତ ବା ସଂଶ୍ଲଷ୍ଟ ନ ରହି; ସତତଂ - ବରାବର; କାର୍ଯ୍ୟଂ- କର୍ତ୍ତବ୍ୟ ହିସାବରେ; କର୍ମ- କର୍ମ; ସମାଚର - କର; ଅସକ୍ତଃ - ଅନାସକ୍ତ; ହି- ନିଶ୍ଚିତଭାବେ; ଆଚରନ୍‌- ଆଚରଣ କର; କର୍ମ- କ୍ରିୟାନୁଷ୍ଠାନ; ପରମ- ପରମଗତି; ଆପ୍ନୋତି - ପ୍ରାପ୍ତହୁଏ; ପୁରୁଷଃ - ମାନବ ।

Translation

BG 3.19: ତେଣୁ ଆସକ୍ତି ତ୍ୟାଗ କରି, ସମସ୍ତ କର୍ମ କର୍ତ୍ତବ୍ୟ ଭାବରେ କର କାରଣ କର୍ମଫଳ ପ୍ରତି ଆସକ୍ତି ନରଖି କାର୍ଯ୍ୟ କରିବା ଦ୍ୱାରା ବ୍ୟକ୍ତି ପରମଗତି ପ୍ରାପ୍ତ କରିଥାଏ ।

Commentary

ଶ୍ରୀକୃଷ୍ଣ ୩.୮ ରୁ ୩.୧୨ ପର୍ଯ୍ୟନ୍ତ ଶ୍ଲୋକରେ ଯେଉଁ ମାନେ ଦିବ୍ୟ ଚେତନା ସ୍ତରରେ ପହଞ୍ôଚ ନାହାନ୍ତି, ସେମାନଙ୍କୁ ତାଙ୍କର ନିର୍ଦ୍ଧାରିତ କର୍ମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୩.୧୭ ଓ ୩.୧୮ ଶ୍ଲୋକରେ ସେ କହିଲେ ଯେ ଦିବ୍ୟ ଚେତନାଯୁକ୍ତ ମହାପୁରୁଷମାନେ ସେମାନଙ୍କର ନିର୍ଦ୍ଧାରିତ କର୍ମ (ବର୍ଣ୍ଣାଶ୍ରମ ଧର୍ମ)  କରିବାକୁ ବାଧ୍ୟ ନୁହନ୍ତି । ଅତଏବ ଅର୍ଜୁନଙ୍କ ପାଇଁ କେଉଁ ମାର୍ଗଟି ଠିକ୍ ? ଶ୍ରୀକୃଷ୍ଣ ତାଙ୍କୁ କର୍ମ ସନ୍ୟାସର ପଥ ଅନୁସରଣ ନ କରି, କର୍ମଯୋଗୀ ହେବା ପାଇଁ ଉପଦେଶ ଦେଉଛନ୍ତି ।  ସେ ୩.୨୦ ରୁ ୩.୨୨ ଶ୍ଲୋକରେ ଏହାର କାରଣ ବିଶ୍ଲେଷଣ କରିଛନ୍ତି ।

Watch Swamiji Explain This Verse