Bhagavad Gita: Chapter 3, Verse 28

ତତ୍ତ୍ୱବିତ୍ତୁ ମହାବାହୋ ଗୁଣକର୍ମବିଭାଗୟୋଃ ।
ଗୁଣା ଗୁଣେଷୁ ବର୍ତନ୍ତ ଇତି ମତ୍ୱା ନ ସଜ୍ଜତେ ।।୨୮।।

ତତ୍ତ୍ୱବିତ୍ - ଯିଏ ତତ୍ତ୍ୱକୁ ଜାଣନ୍ତି; ତୁ - କିନ୍ତୁ; ମହାବାହୋ- ହେ ମହାବାବୁ; ଗୁଣକର୍ମ- ଭୂତ ପ୍ରକୃତି ଦ୍ୱାରା ପ୍ରଭାବିତ କର୍ମ; ବିଭାଗୟୋଃ - ପାର୍ଥକ୍ୟ; ଗୁଣାଃ - ଇନ୍ଦ୍ରିୟଗୁଡିକ; ଗୁଣେଷୁ - ଇନ୍ଦ୍ରିୟ ସୁଖ ଭୋଗରେ; ବିର୍ତନ୍ତେ- ନିଯୁକ୍ତ ହୋଇଥାନ୍ତି; ଇତି - ଏହିପରି; ମତ୍ୱା - ଭାବି; ନ - ହୁଏ ନାହିଁ; ସଜ୍ଜତେ - ଆସକ୍ତ ।

Translation

BG 3.28: ହେ ମହାବାହୁ ଅର୍ଜୁନ! ତତ୍ତ୍ୱଦର୍ଶୀ ପୁରୁଷ ଆତ୍ମାକୁ ଗୁଣ ଓ କର୍ମ ଠାରୁ ପୃଥକ୍ ଭାବରେ ଦର୍ଶନ କରିଥାଆନ୍ତି । ସେମାନେ ଜାଣିଥାଆନ୍ତି ଯେ ଏହା କେବଳ ଗୁଣ (ଇନ୍ଦ୍ରିୟ-ମନ ଆଦି ରୂପରେ)ଅଟେ, ଯାହା ଗୁଣ ମାନଙ୍କ (ବିଷୟ ରୂପରେ) ମଧ୍ୟରେ ଘୂରି ବୁଲୁଥାଏ, ତେଣୁ ସେମାନେ ସେଥିରେ ବାନ୍ଧି ହୁଅନ୍ତି ନାହିଁ ।

Commentary

ପୂର୍ବବର୍ତ୍ତୀ ଶ୍ଲୋକରେ ଉଲ୍ଲେଖ କରାଯାଇଛି, ଅହଂକାର ବିମୁଢାତ୍ମା (ଯେଉଁମାନେ ଅହଂକାରଯୁକ୍ତ ହୋଇ ନିଜକୁ ଶରୀର ମନେ କରିଥାଆନ୍ତି) ନିଜକୁ କର୍ତ୍ତା ଭାବିଥାଆନ୍ତି । ବର୍ତ୍ତମାନ ଏହି ଶ୍ଲୋକଟି ତତ୍ତ୍ୱବିଦ୍‌ମାନଙ୍କ ବିଷୟରେ କହୁଛି ଯେ ସେମାନେ ନିଜର ଅହଂକାରକୁ ସମାପ୍ତ କରି ନିଜକୁ ଶରୀରଠାରୁ ପୃଥକ ମନେ କରିଥାନ୍ତି ଏବଂ ପାର୍ଥିବ ଶରୀରଠାରୁ ଭିନ୍ନ ତାଙ୍କର ଏକ ଆଧ୍ୟାତ୍ମିକ ପରିଚୟ ରହିଛି, ତାହା ଜାଣିବାକୁ ସକ୍ଷମ ହୋଇଥାଆନ୍ତି । ସୁତରାଂ, ନିଜକୁ ମାୟିକ କର୍ମର କର୍ତ୍ତା ମନେକରି ଭ୍ରମର ଶୀକାର ହେବା ପରିବର୍ତ୍ତେ ସେମାନେ ତାଙ୍କର ପ୍ରତ୍ୟେକ  କର୍ମକୁ ତିନି ଗୁଣର ପରିପ୍ରକାଶ ରୂପେ ବିବେଚନା କରିଥାଆନ୍ତି ।  ଏହିପରି ଭଗବତ୍ ପ୍ରାପ୍ତ ମହାପୁରୁଷମାନେ କହନ୍ତି - ଯୋ କରୈ ସୋ ହରି କରୈ, ହୋତ କବୀର କବୀର “ସବୁକିଛି ଭଗବାନ କରୁଛନ୍ତି, କିନ୍ତୁ ଲୋକମାନେ ଭାବୁଛନ୍ତି, ମୁଁ  କରୁଛି । ”