Bhagavad Gita: Chapter 3, Verse 14

ଅନ୍ନାଦ୍‌ଭବନ୍ତି ଭୂତାନି ପର୍ଜନ୍ୟାଦନ୍ନସମ୍ଭବଃ ।
ଯଜ୍ଞଦ୍‌ଭବତି ପର୍ଜନ୍ୟୋ ଯଜ୍ଞଃ କର୍ମସମୁଦ୍ଭବଃ ।।୧୪।।

ଅନ୍ନାଦ୍‌- ଶସ୍ୟରୁ; ଭବନ୍ତି- ଉତ୍ପନ୍ନ ହୁଏ; ଭୂତାନି- ଭୌତିକ ଶରୀରଧାରୀ; ପର୍ଜନ୍ୟାତ୍ -ବର୍ଷାରୁ; ଅନ୍ନ- ଖାଦ୍ୟଶସ୍ୟ; ସଂଭବଃ - ସମ୍ଭବପର ହୁଏ; ଯଜ୍ଞାଦ୍‌- ଯଜ୍ଞ ଅନୁଷ୍ଠାନ ଦ୍ୱାରା; ଭବତି- ସମ୍ଭବ ହୁଏ; ପର୍ଜନ୍ୟୋ- ବୃଷ୍ଟି; ଯଜ୍ଞଃ- ଯଜ୍ଞ; କର୍ମ- ବେଦ ବିହିତ କର୍ମ; ସମୁଦ୍ଭବଃ- ଜାତ ହୁଏ ।

Translation

BG 3.14: ସମସ୍ତ ପ୍ରାଣୀ ଜୀବନ ଧାରଣ ପାଇଁ ଖାଦ୍ୟ ଉପରେ ନିର୍ଭର କରନ୍ତି ଏବଂ ବର୍ଷାଦ୍ୱାରା ଖାଦ୍ୟ ଉତ୍ପନ୍ନ ହୁଏ । ଯଜ୍ଞ ଅନୁଷ୍ଠାନ ଦ୍ୱାରା ବୃଷ୍ଟିପାତ ହୁଏ ଏବଂ ଅନୁମୋଦିତ କର୍ତ୍ତବ୍ୟ ପାଳନ ଦ୍ୱାରା ଯଜ୍ଞ ସମ୍ପାଦିତ ହୋଇଥାଏ ।

Commentary

ଏଠାରେ ଶ୍ରୀକୃଷ୍ଣ  ପ୍ରକୃତିର ଚକ୍ର ବର୍ଣ୍ଣନା କରିଛନ୍ତି - ବର୍ଷା ଶସ୍ୟ ଉତ୍ପନ୍ନ କରାଏ । ଶସ୍ୟକୁ ଖାଦ୍ୟ ରୂପରେ ଗ୍ରହଣ କରାଯାଏ  ଏବଂ ତାହା ରକ୍ତରେ ରୂପାନ୍ତରିତ ହୁଏ । ରକ୍ତରୁ ବୀର୍ଯ୍ୟ ଉତ୍ପନ୍ନ ହୁଏ । ବୀର୍ଯ୍ୟ ବୀଜ ଅଟେ ଯେଉଁଥିରୁ ମନୁଷ୍ୟର ଶରୀର ସୃଷ୍ଟି ହୁଏ । ମନୁଷ୍ୟ ଯଜ୍ଞ କରେ, ଯାହା ସ୍ୱର୍ଗର ଦେବତାମାନଙ୍କୁ ସନ୍ତୁଷ୍ଟ କରି ବର୍ଷା କରାଇଥାଏ । ଏହିପରି ଭାବରେ ଚକ୍ର ଘୂରିବାରେ ଲାଗିଥାଏ ।