Bhagavad Gita: Chapter 2, Verse 24

ଅଚ୍ଛେଦ୍ୟୋଽୟମଦାହ୍ୟୋଽୟମକ୍ଳେଦ୍ୟୋଽଶୋଷ୍ୟ ଏବ ଚ ।
ନିତ୍ୟଃ ସର୍ବଗତଃ ସ୍ଥାଣୁରଚଳୋଽୟଂ ସନାତନଃ ।।୨୪।।

ଅଚ୍ଛେଦ୍ୟଃ- ଅଚ୍ଛେଦ୍ୟ (ଯାହାକୁ ଛିନ୍ନ କରାଯାଇ ପାରିବ ନାହିଁ); ଅୟଂ- ଏହି ଆତ୍ମା; ଅଦାହ୍ୟଂ- ଯାହାକୁ ଜାଳିହେବ ନାହିଁ; ଅୟଂ- ଏହି ଆତ୍ମା; ଅକ୍ଳେଦ୍ୟଃ-ଯାହାକୁ ଆର୍ଦ୍ର କରିହେବ ନାହିଁ; ଅଶୋଷ୍ୟଃ-ଯାହାକୁ ଶୁଷ୍କ କରାଯାଇ ପାରିବ ନାହିଁ; ଏବ-ନିଶ୍ଚିତଭାବେ; ଚ-ଏବଂ; ନିତ୍ୟଃ- ଶାଶ୍ୱତ; ସର୍ବଗତଃ-ସର୍ବବ୍ୟାପକ; ସ୍ଥାଣୁଃ-ଅପରିବର୍ତ୍ତନୀୟ; ଅଚଳଃ-ଅଚଳ; ଅୟଂ- ଏହି ଆତ୍ମା; ସନାତନଃ- ସନାତନ ।

Translation

BG 2.24: ଆତ୍ମାକୁ ଖଣ୍ଡିତ କରିହୁଏ ନାହିଁ ବା ଜାଳିହୁଏ ନାହିଁ । ଏହାକୁ ଆର୍ଦ୍ର କରିହେବ ନାହିଁ କିମ୍ବା ଶୁଷ୍କ କରିହେବ ନାହିଁ । ଏହା ସନାତନ, ସର୍ବବ୍ୟାପକ, ଅପରିବର୍ତ୍ତନୀୟ, ଅଚଳ ଏବଂ ନିତ୍ୟ ଅଟେ ।

Commentary

ଆତ୍ମାର ଅମରତ୍ୱ ବିଷୟରେ ଏଠାରେ ପୁନରାବୃତ୍ତି କରାଯାଇଛି । ଜଣେ ଶିକ୍ଷକ ବିଦ୍ୟାର୍ଥୀଙ୍କୁ କେବଳ ଜ୍ଞାନ ପ୍ରଦାନ କରିଦେଲେ ଯଥେଷ୍ଟ ହୁଏ ନାହିଁ । ସେହି ଜ୍ଞାନ ବ୍ୟବହାର ଉପଯୋଗୀ ହେବା ପାଇଁ ବିଦ୍ୟାର୍ଥୀ ତାହାକୁ ହୃଦୟଙ୍ଗମ କରିବା ଆବଶ୍ୟକ । ତେଣୁ ଜଣେ ଦକ୍ଷ ଶିକ୍ଷକ ଅନେକ ସମୟରେ ଏହାକୁ ଦୋହରାଇଥାନ୍ତି, ଯାହାକୁ ସଂସ୍ମୃତ ଭାଷାରେ ପୁନରୁକ୍ତି କୁହାଯାଏ । ଭଗବଦ୍ ଗୀତାରେ ଶ୍ରୀକୃଷ୍ଣ ଗୁରୁତ୍ୱପୂର୍ଣ୍ଣ ଆଧ୍ୟାତ୍ମିକ ସିଦ୍ଧାନ୍ତଗୁଡ଼ିକ ତାଙ୍କ ଶିଷ୍ୟକୁ ଗଭୀର ଭାବରେ ହୃଦୟଙ୍ଗମ କରାଇବା ପାଇଁ ଅନେକ ସ୍ଥାନରେ ଏହି ପୁନରୁକ୍ତି ଶୈଳୀର ବ୍ୟବହାର କରିଛନ୍ତି ।

Watch Swamiji Explain This Verse