Bhagavad Gita: Chapter 2, Verse 34

ଅକୀର୍ତିଂ ଚାପି ଭୂତାନି କଥୟିଷ୍ୟନ୍ତି ତେଽବ୍ୟୟାମ୍ ।
ସମ୍ଭାବିତସ୍ୟ ଚାକୀର୍ତିର୍ମରଣାଦତିରିଚ୍ୟତେ ।।୩୪।।

ଅକୀର୍ତିଂ-ଅପଯଶ; ଚ-ଏବଂ; ଅପି-ମଧ୍ୟ; ଭୂତାନି-ଲୋକେ; କଥୟିଷ୍ୟନ୍ତି- କହିବେ; ତେ-ତୁମର; ଅବ୍ୟୟାମ୍ -ନିତ୍ୟ; ସମ୍ଭାବିତସ୍ୟ-ଜଣେ ସମ୍ମାନନୀୟ ବ୍ୟକ୍ତିଙ୍କର; ଚ-ଏବଂ; ଅକୀର୍ତିଃ- ଅପଯଶ; ମରଣାତ୍‌-ମୃତ୍ୟୁ ଠାରୁ; ଅତିରିଚ୍ୟତେ-ଅଧିକ ।

Translation

BG 2.34: ଲୋକମାନେ ତୁମକୁ ଜଣେ ଭୀରୁ ଓ ପଳାୟନପନ୍ଥୀ କହିବେ । ଜଣେ ସମ୍ମାନୀୟ ବ୍ୟକ୍ତି ପକ୍ଷରେ ଅପଯଶ ମୃତ୍ୟୁ ଠାରୁ ମଧ୍ୟ ଅଧିକ କଷ୍ଟଦାୟକ ଅଟେ ।

Commentary

ସମ୍ଭ୍ରାନ୍ତ ଶ୍ରେଣୀର ବ୍ୟକ୍ତିଙ୍କ ପାଇଁ ସାମାଜିକ ପ୍ରତିଷ୍ଠା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ । କ୍ଷତ୍ରିୟମାନଙ୍କର ଯେଉଁ ସବୁ ଗୁଣ ସେମାନଙ୍କୁ ସମ୍ମାନ ଓ ଖ୍ୟାତି ପ୍ରଦାନ କରିଥାଏ, ତାହା ତାଙ୍କ ପାଇଁ ବିଶେଷ ଭାବରେ ମୂଲ୍ୟବାନ ଅଟେ । ତାଙ୍କ ପାଇଁ ଅସମ୍ମାନ ମୃତ୍ୟୁ ଠାରୁ ମଧ୍ୟ ଅଧିକ କଷ୍ଟଦାୟକ ଅଟେ । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସଚେତନ କରାଇ ଦେଉଛନ୍ତି ଯେ ଯଦି ସେ ଉଚ୍ଚକୋଟୀର ଜ୍ଞାନ ଦ୍ୱାରା ପ୍ରେରିତ ହୋଇନାହାନ୍ତି, ତେବେ ଅନ୍ତତଃଏହି ଛୋଟ ଜ୍ଞାନଟି ଦ୍ୱାରା ଉଦ୍‌ବୁଦ୍ଧ ହୁଅନ୍ତୁ ।

ସଂସାରର ଅନେକ ସମ୍ପ୍ରଦାୟରେ ଯୁଦ୍ଧରୁ ପଳାୟନ କରୁଥିବା ଯୋଦ୍ଧାଙ୍କୁ ଭୀରୁ ରୂପେ ଆଖ୍ୟାୟିତ କରାଯାଇ ସମାଜରୁ ବାସନ୍ଦ କରାଯାଇଥାଏ । ଅର୍ଜୁନ ଯଦି କର୍ତ୍ତବ୍ୟରେ ଅବହେଳା କରନ୍ତି, ତାଙ୍କୁ ମଧ୍ୟ ଏହିପରି ଅପଯଶ ମିଳିପାରେ ।

Watch Swamiji Explain This Verse