Bhagavad Gita: Chapter 2, Verse 68

ତସ୍ମାଦ୍‌ଯସ୍ୟ ମହାବାହୋ ନିଗୃହୀତାନି ସର୍ବଶଃ ।
ଇନ୍ଦ୍ରିୟାଣୀନ୍ଦ୍ରିୟାର୍ଥେଭ୍ୟସ୍ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା ।।୬୮।।

ତସ୍ମାତ୍‌- ତେଣୁ; ଯସ୍ୟ- ଯାହାର; ମହାବାହୋ- ହେ ମହାବାହୁ !; ନିଗୃହୀତାନି-ସଂଯତ; ସର୍ବଶଃ-ପୂର୍ଣ୍ଣତଃ; ଇନ୍ଦ୍ରିୟାଣି-ଇନ୍ଦ୍ରିୟଗୁଡ଼ିକ; ଇନ୍ଦ୍ରିୟ ଅର୍ଥେଭ୍ୟଃ- ଇନ୍ଦ୍ରିୟ ବିଷୟରୁ; ତସ୍ୟ- ତାହାର; ପ୍ରଜ୍ଞା-ବୁଦ୍ଧି; ପ୍ରତିଷ୍ଠିତା- ସ୍ଥିର ।

Translation

BG 2.68: ତେଣୁ ହେ ଅର୍ଜୁନ! ଯେଉଁମାନେ ତାଙ୍କର ଇନ୍ଦ୍ରିୟମାନଙ୍କୁ ସେଗୁଡ଼ିକର ବିଷୟ ଠାରୁ ଦୂରେଇ ରଖିପାରନ୍ତି, ସେମାନେ ଦିବ୍ୟ ଜ୍ଞାନରେ ଦୃଢ଼ ଭାବରେ ସ୍ଥିତ ହୁଅନ୍ତି ।

Commentary

ସୁଜ୍ଞାନୀମାନେ ତାଙ୍କର ବୁଦ୍ଧିକୁ ଦିବ୍ୟ ଜ୍ଞାନ ଦ୍ୱାରା ନିୟନ୍ତ୍ରଣ କରିଥାନ୍ତି । ତା’ପରେ ସେହି ଶୁଦ୍ଧ ବୁଦ୍ଧି ଦ୍ୱାରା ସେମାନେ ତାଙ୍କର ମନକୁ ନିୟନ୍ତ୍ରଣ କରନ୍ତି, ଏବଂ ମନ ଇନ୍ଦ୍ରିୟମାନଙ୍କୁ ବଶ କରିଥାନ୍ତି । କିନ୍ତୁ ସାଂସାରିକ ବିଷୟ ଦ୍ୱାରା ନିୟନ୍ତ୍ରିତ ହେଲେ ଏହାର ବିପରୀତ ହୋଇଥାଏ । ଇନ୍ଦ୍ରିୟଗୁଡ଼ିକ ମନକୁ ନିଜ ନିଜ ଆଡକୁ ଟାଣିଥାନ୍ତି ଏବଂ ମନ ବୁଦ୍ଧିକୁ କବଳିତ କରିଦିଏ । ତଦ୍ୱାରା ବୁଦ୍ଧି ପ୍ରକୃତ କଲ୍ୟାଣର ପଥରୁ ଲକ୍ଷ୍ୟଚ୍ୟୁତ ହୁଏ । ତେଣୁ ଶ୍ରୀକୃଷ୍ଣ କହୁଛନ୍ତି ଯେ ଯଦି ବୁଦ୍ଧି ଦିବ୍ୟଜ୍ଞାନ ଦ୍ୱାରା ବିଶୁଦ୍ଧ ହୁଏ ତା’ହେଲେ ଇନ୍ଦ୍ରିୟଗୁଡ଼ିକ ନିୟନ୍ତ୍ରିତ ହେବେ । ଇନ୍ଦ୍ରିୟଗୁଡ଼ିକ ବଶୀଭୂତ ହେଲେ ବୁଦ୍ଧି ଦିବ୍ୟ ଚେତନାର ପଥରୁ ବିଚ୍ୟୁତ ହେବନାହିଁ ।

Watch Swamiji Explain This Verse