Bhagavad Gita: Chapter 2, Verse 23

ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି ନୈନଂ ଦହତି ପାବକଃ ।
ନ ଚୈନଂ କ୍ଳେଦୟନ୍ତ୍ୟାପୋ ନ ଶୋଷୟତି ମାରୁତଃ ।।୨୩।।

ନ-ନୁହେଁ; ଏନଂ-ଏହି ଆତ୍ମାକୁ; ଛିନ୍ଦନ୍ତି- ଛିନ୍ନ କରିପାରେ; ଶସ୍ତ୍ରାଣି- ସମସ୍ତ ଶସ୍ତ୍ର; ନ-ନୁହେଁ; ଏନଂ- ଏ ଆତ୍ମାକୁ; ଦହତି-ଦହନ କରିପାରେ; ପାବକ-ଅଗ୍ନି; ନ-ନୁହେଁ; ଚ-ଏବଂ; ଏନଂ-ଏହି ଆତ୍ମାକୁ; କ୍ଳେଦୟନ୍ତି-ଆର୍ଦ୍ର କରେ; ଆପଃ-ଜଳ; ନ-ନୁହେଁ; ଶୋଷୟତି- ଶୁଷ୍କ କରେ; ମାରୁତଃ-ବାୟୁ (ପବନ) ।

Translation

BG 2.23: ଆତ୍ମାକୁ ଅସ୍ତ୍ର ଖଣ୍ଡ ବିଖଣ୍ଡିତ କରି ପାରିବ ନାହିଁ, ଅଗ୍ନି ଜଳାଇ ପାରିବ ନାହିଁ । ଜଳ ଏହାକୁ ଓଦା କରି ପାରିବ ନାହିଁ ବା ବାୟୁ ଏହାକୁ ଶୁଖାଇ ପାରିବ ନାହିଁ ।

Commentary

ଚୈତନ୍ୟତା, ଯାହା ଆତ୍ମାର ଲକ୍ଷଣ ଅଟେ, ତାହାର ଅନୁଭବ ମାୟିକ ଉପକରଣ ଦ୍ୱାରା କରାଯାଇପାରିବ, କିନ୍ତୁ ଆତ୍ମାର ପ୍ରତ୍ୟକ୍ଷ ଅନୁଭବ କରିହେବ ନାହିଁ । ଆତ୍ମା ଦିବ୍ୟ ଅଟେ, ତେଣୁ ଏହା ଭୌତିକ ବସ୍ତୁ ଦ୍ୱାରା ଗ୍ରାହ୍ୟ ନୁହେଁ । ଶ୍ରୀକୃଷ୍ଣ ଏହାକୁ ଅତ୍ୟନ୍ତ ସ୍ପଷ୍ଟ ଭାବରେ ବର୍ଣ୍ଣନା କରିବାକୁ ଯାଇ କହୁଛନ୍ତି, ବାୟୁ ଆତ୍ମାକୁ ଶୁଖାଇ ପାରିବ ନାହିଁ, ଜଳ ଏହାକୁ ଓଦା କରିପାରିବ ନାହିଁ ବା ଅଗ୍ନି ଏହାକୁ ଜଳାଇ ପାରିବ ନାହିଁ ।

Watch Swamiji Explain This Verse