ଅବାଚ୍ୟବାଦାଂଶ୍ଚ ବହୂନ୍ବଦିଷ୍ୟନ୍ତି ତବାହିତାଃ ।
ନିନ୍ଦନ୍ତସ୍ତବ ସାମର୍ଥ୍ୟଂ ତତୋ ଦୁଃଖତରଂ ନୁ କିମ୍ ।।୩୬।।
ଅବାଚ୍ୟ-ବାଦାନ୍ -କଟୁ ଶବ୍ଦ ପ୍ରୟୋଗ କରି; ଚ-ଏବଂ; ବହୂନ- ଅନେକ; ବଦିଷ୍ୟନ୍ତି- କହିବେ; ତବ-ତୁମର; ଅହିତାଃ-ଶତ୍ରୁମାନେ; ନିନ୍ଦନ୍ତଃ-ନିନ୍ଦା କରିବେ; ତବ-ତୁମର; ସାମର୍ଥ୍ୟଂ-ଶକ୍ତି; ତତଃ-ତା’ଠାରୁ; ଦୁଃଖତରଂ-ଅଧିକ ଦୁଃଖକର; ନୁ-ଅବଶ୍ୟ; କିମ୍-କ’ଣ ଅଛି ?
Translation
BG 2.36: ତୁମର ଶ୍ରତୁମାନେ ତୁମର ନିନ୍ଦା କରିବେ ଏବଂ କଠୋର ଶବ୍ଦରେ ଅପମାନିତ କରି ତୁମର ବୀରତ୍ୱକୁ ତାତ୍ସଲ୍ୟ କରିବେ । ଏହାଠାରୁ ଅଧିକ ଯନ୍ତ୍ରଣା ଦାୟକ କ’ଣ ହୋଇପାରେ?
Commentary
ଅର୍ଜୁନ ଯଦି ଯୁଦ୍ଧ କ୍ଷେତ୍ରରୁ ପଳାୟନ କରନ୍ତି, ସମସ୍ତ କ୍ଷତ୍ରିୟ ସମାଜରେ ତାଙ୍କର ଯଶ କ୍ଷୟ ହେବ ଏବଂ ସେ ନିନ୍ଦିତ ହେବେ । ଶ୍ରୀକୃଷ୍ଣ ଏଠାରେ ନିନ୍ଦନ୍ତଃ ଶବ୍ଦ ପ୍ରୟୋଗ କରିଛନ୍ତି ଯାହାର ଅର୍ଥ ‘ନିନ୍ଦା କରିବା’ । ଅବାଚ୍ୟ ବାଦାନ୍ର ଅର୍ଥ କଟୁ ଶବ୍ଦ ପ୍ରୟୋଗ କରିବା, ଯେପରିକି “ନପୁଂସକ” । ଅର୍ଜୁନଙ୍କୁ ଦୁର୍ଯ୍ୟୋଧନଙ୍କ ପରି ଶତ୍ରୁମାନେ ଅନେକ ଅପମାନ ଜନକ ବାକ୍ୟ କହିବେ, ଯେପରି “ସେହି ନପୁଂସକ ଅର୍ଜୁନକୁ ଦେଖ, ସେ କିପରି କୁକୁର ପରି ଦୁଇଗୋଡ଼ ମଧ୍ୟରେ ଲାଙ୍ଗୁଡ଼ ଜାକି ଯୁଦ୍ଧ କ୍ଷେତ୍ରରୁ ପଳାୟନ କରୁଛି ।” ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଚେତାଇ ଦେଉଛନ୍ତି ଏପରି ନିନ୍ଦା ତାଙ୍କ ପାଇଁ ଅତ୍ୟନ୍ତ କଷ୍ଟଦାୟକ ହେବ ।