Bhagavad Gita: Chapter 2, Verse 37

ହତୋ ବା ପ୍ରାପ୍‌ସ୍ୟସି ସ୍ୱର୍ଗଂ ଜିତ୍ୱା ବା ଭୋକ୍ଷ୍ୟସେ ମହୀମ୍ ।
ତସ୍ମାଦୁତ୍ତିଷ୍ଠ କୌନ୍ତେୟ ଯୁଦ୍ଧାୟ କୃତନିଶ୍ଚୟଃ ।।୩୭।।

ହତଃ-ମରିକରି; ବା-କିମ୍ବା; ପ୍ରାପ୍‌ସ୍ୟସି-ପ୍ରାପ୍ତ ହେବ; ସ୍ୱର୍ଗଂ-ସ୍ୱର୍ଗରାଜ୍ୟ; ଜିତ୍ୱା-ଜିଣିଲେ; ବା-କିମ୍ବା; ଭୋକ୍ଷସେ-ଭୋଗ କରିବ; ମହୀମ୍‌-ପୃଥିବୀ; ତସ୍ମାତ୍‌-ତେଣୁ; ଉତ୍ତିଷ୍ଠ-ଉଠ; କୌନ୍ତେୟ-ହେ କୁନ୍ତୀ ପୁତ୍ର; ଯୁଦ୍ଧାୟ-ଯୁଦ୍ଧନିମିତ୍ତ; କୃତ ନିଶ୍ଚୟଃ-ସ୍ଥିର କର ।

Translation

BG 2.37: ତୁମେ ଯଦି ଯୁଦ୍ଧ କର, ଯୁଦ୍ଧରେ ନିହତ ହୋଇ ତୁମେ ସ୍ୱର୍ଗଲୋକ ପ୍ରାପ୍ତ କରିବ କିମ୍ବା ଯୁଦ୍ଧରେ ବିଜୟୀ ହୋଇ ତୁମେ ଭୂଲୋକରେ ରାଜ୍ୟଭୋଗ କରିବ । ତେଣୁ ହେ କୁନ୍ତି ପୁତ୍ର! ଦୃଢ଼ ନିଶ୍ଚୟ ହୋଇ ଜାଗ୍ରତ ହୁଅ ଓ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ ।

Commentary

୨.୩୧ ଶ୍ଳୋକ ଠାରୁ ଆରମ୍ଭ କରି ଶ୍ରୀକୃଷ୍ଣ ଏ ପର୍ଯ୍ୟନ୍ତ ବୃତ୍ତିଗତ କର୍ତ୍ତବ୍ୟ ବିଷୟରେ ଉପଦେଶ ଦେଉଛନ୍ତି । ସେ ଅର୍ଜୁନଙ୍କୁ ତାଙ୍କର କର୍ତ୍ତବ୍ୟ ପାଳନ ଦ୍ୱାରା ପ୍ରାପ୍ତ ହେବାକୁ ଥିବା ଦୁଇଟି ସମ୍ଭାବନା ବିଷୟରେ ବୁଝାଉଛନ୍ତି । ଅର୍ଜୁନ ଯଦି ବିଜୟୀ ହୁଅନ୍ତି, ତେବେ ପୃଥିବୀ ଲୋକରେ ରାଜ୍ୟ ତାଙ୍କୁ ଅପେକ୍ଷା କରିଛି ଏବଂ କର୍ତ୍ତବ୍ୟ ପାଳନ କରି ତାଙ୍କୁ ଯଦି ପ୍ରାଣ ତ୍ୟାଗ କରିବାକୁ ପଡେ, ତେବେ ସେ ସ୍ୱର୍ଗଲୋକ ଗମନ କରିବେ ।

Watch Swamiji Explain This Verse