Bhagavad Gita: Chapter 18, Verse 61

ଈଶ୍ୱରଃ ସର୍ବଭୂତାନାଂ ହୃଦ୍ଦେଶେଽର୍ଜୁନ ତିଷ୍ଠତି ।
ଭ୍ରାମୟନ୍ ସର୍ବଭୂତାନି ଯନ୍ତ୍ରାରୁଢ଼ାନି ମାୟୟା ।।୬୧।।

ଈଶ୍ୱରଃ-ପରମେଶ୍ୱର; ସର୍ବଭୂତାନାଂ-ସମସ୍ତ ଜୀବଙ୍କର; ହୃଦ୍‌ଦେଶେ-ହୃଦୟରେ; ଅର୍ଜୁନ -ହେ ଅର୍ଜୁନ; ତିଷ୍ଠତି-ରହନ୍ତି; ଭ୍ରାମୟନ୍‌-ଘୂରାଉ ଥାଆନ୍ତି; ସର୍ବଭୂତାନି-ସମସ୍ତ ଜୀବଙ୍କୁ; ଯନ୍ତ୍ର-ଆରୂଢ଼ାନି -ଯନ୍ତ୍ରରେ ବସାଇ; ମାୟୟା -ମାୟାଶକ୍ତିରେ ନିର୍ମିତ ।

Translation

BG 18.61: ହେ ଅର୍ଜୁନ ! ପରମାତ୍ମା ସମସ୍ତଙ୍କ ହୃଦୟରେ ନିବାସ କରନ୍ତି । ଜୀବର କର୍ମ ଅନୁସାରେ, ମାୟାଶକ୍ତି ଦ୍ୱାରା ନିର୍ମିତ ଏକ ଯନ୍ତ୍ରରେ ବସାଇ, ସେ ତା’ର ଇତସ୍ତତଃ ଭ୍ରମଣକୁ ନିର୍ଦ୍ଦେଶିତ କରିଥାଆନ୍ତି ।

Commentary

ଆତ୍ମାର ପରମାତ୍ମାଙ୍କ ଉପରେ ନିର୍ଭରଶୀଳତା ଉପରେ ଗୁରୁତ୍ୱାରୋପଣ କରି ଶ୍ରୀକୃଷ୍ଣ କହୁଛନ୍ତି, “ଅର୍ଜୁନ, ତୁମେ ମୋର ଆଜ୍ଞା ପାଳନ କରିବାକୁ ଇଚ୍ଛା କର ବା ନ କର, ତୁମେ ସର୍ବଦା ମୋର ନିୟନ୍ତ୍ରଣାଧୀନ ରହିବ । ତୁମେ ବାସ କରୁଥିବା ଶରୀର ମାୟା ଶକ୍ତିରୁ ଗଠିତ । ପୂର୍ବ କର୍ମ ଅନୁସାରେ, ତୁମେ ଯେଉଁ ଶରୀର ପାଇବାକୁ ଯୋଗ୍ୟ, ତାହା ମୁଁ ତୁମକୁ ପ୍ରଦାନ କରିଛି । ମୁଁ ସେଠାରେ ମଧ୍ୟ ଅଛି ଏବଂ ତୁମର ସମସ୍ତ ବିଚାର, ବାଣୀ ଏବଂ କର୍ମକୁ ମୁଁ ଲିପିବଦ୍ଧ କରୁଛି । ତେଣୁ ବର୍ତ୍ତମାନ ତୁମେ ଯାହା କରୁଛ ମୁଁ ତାହା ମଧ୍ୟ ଲକ୍ଷ୍ୟ କରି ତୁମର ଭବିଷ୍ୟତ ନିର୍ଦ୍ଧାରଣ କରିବି । କୌଣସି ପରିସ୍ଥିତିରେ ମଧ୍ୟ ତୁମେ ନିଜକୁ ମୋ ଠାରୁ ସ୍ୱାଧୀନ ବୋଲି ପରିକଳ୍ପନା କରନାହିଁ । ତେଣୁ ହେ ଅର୍ଜୁନ! ତୁମେ ନିଜ ସ୍ୱାର୍ଥ ଦୃଷ୍ଟିରୁ ମୋର ଶରଣାଗତ ହେବା ଆବଶ୍ୟକ ।