ଯଦଗ୍ରେ ଚାନୁବନ୍ଧେ ଚ ସୁଖଂ ମୋହନମାତ୍ମନଃ ।
ନିଦ୍ରାଳସ୍ୟପ୍ରମାଦୋତ୍ଥଂ ତତ୍ତାମସମୁଦାହୃତମ୍ ।।୩୯।।
ଯତ୍- ଯାହା; ଅଗ୍ରେ- ପ୍ରାରମ୍ଭରେ; ଚ-ଏବଂ; ଅନୁବନ୍ଧେ -ଶେଷରେ; ଚ-ଏବଂ; ସୁଖଂ-ସୁଖ; ମୋହନଂ-ଭ୍ରମାତ୍ମକ; ଆତ୍ମନଃ-ଆତ୍ମାର; ନିଦ୍ରା-ନିଦ୍ରା; ଆଳସ୍ୟ-ଆଳସ୍ୟ; ପ୍ରମାଦ-ଅବହେଳା; ଉତ୍ଥମ୍- ଜାତ; ତତ୍-ତାହା; ତାମସଂ-ତାମସିକ; ଉଦାହୃତମ୍- କୁହାଯାଏ ।
Translation
BG 18.39: ଯେଉଁ ସୁଖ ଆତ୍ମାର ସ୍ୱରୂପକୁ ଆଦିରୁ ଅନ୍ତ ଯାଏଁ ଆବୃତ କରି ରଖିଥାଏ ଏବଂ ଯାହା ନିଦ୍ରା, ଆଳସ୍ୟ ଓ ଅବହେଳାରୁ ଜାତ ହୋଇଥାଏ, ତାହାକୁ ତାମସିକ ସୁଖ କୁହାଯାଏ ।
Commentary
ତାମସିକ ଆନନ୍ଦ ସର୍ବନିମ୍ନ କକ୍ଷର ଅଟେ ଏବଂ ଆଦିରୁ ଅନ୍ତ ପର୍ଯ୍ୟନ୍ତ ଏହା ମୁର୍ଖାମୀ ହିଁ ଅଟେ । ଏହା ଆତ୍ମାକୁ ଅଜ୍ଞାନର ଅନ୍ଧକାର ମଧ୍ୟକୁ ନିକ୍ଷେପ କରିଥାଏ । ତଥାପି ଏଥିରେ ଅତ୍ୟଳ୍ପ ଆନନ୍ଦର ଅନୁଭୂତି ହେଉଥିବାରୁ ମନୁଷ୍ୟ ଏହା ପ୍ରତି ଆସକ୍ତ ହୋଇଯାଏ । ସେଥିପାଇଁ ଯେଉଁମାନେ ଧୂମପାନରେ ଆସକ୍ତ, ତଦ୍ୱାରା ତାଙ୍କର କ୍ଷତି ହେଉଛି ଜାଣି ସୁଦ୍ଧା, ତାହାକୁ ବର୍ଜନ କରିପାରନ୍ତି ନାହିଁ । ସେମାନେ ସେହି ନିଶାରୁ ମିଳୁଥିବା ଆନନ୍ଦକୁ ତ୍ୟାଗ କରିପାରନ୍ତି ନାହିଁ । ନିଦ୍ରା, ଆଳସ୍ୟ ଏବଂ ଅବହେଳାରୁ ଜାତ ଏହି ଆନନ୍ଦକୁ ଶ୍ରୀକୃଷ୍ଣ ତାମସିକ ସୁଖ ରୂପେ ଅଭିହିତ କରିଛନ୍ତି ।