Bhagavad Gita: Chapter 18, Verse 44

କୃଷିଗୌରକ୍ଷ୍ୟବାଣିଜ୍ୟଂ ବୈଶ୍ୟକର୍ମ ସ୍ୱଭାବଜମ୍ ।
ପରିଚର୍ଯ୍ୟାତ୍ମକଂ କର୍ମ ଶୂଦ୍ରସ୍ୟାପି ସ୍ୱଭାବଜମ୍ ।।୪୪।।

କୃଷି-କୃଷି କର୍ମ; ଗୌ-ରକ୍ଷ୍ୟ -ଗୋପାଳନ; ବାଣିଜ୍ୟଂ-ବାଣିଜ୍ୟ; ବୈଶ୍ୟ-ବୈଶ୍ୟ; କର୍ମ-କର୍ତ୍ତବ୍ୟ; ସ୍ୱଭାବଜମ୍‌-ସ୍ୱଭାବଜାତ; ପରିଚର୍ଯ୍ୟା-ସେବାକାର୍ଯ୍ୟ; ଆତ୍ମକଂ-ସ୍ୱଭାବ; କର୍ମ-କର୍ତ୍ତବ୍ୟ; ଶୂଦ୍ରସ୍ୟ- ଶୂଦ୍ରର; ଅପି-ଏବଂ; ସ୍ୱଭାବଜମ୍ -ସ୍ୱଭାବଜାତ ।

Translation

BG 18.44: କୃଷିକାର୍ଯ୍ୟ, ଗୋପାଳନ ଏବଂ ବାଣିଜ୍ୟ ବୈଶ୍ୟମାନଙ୍କର ସ୍ୱାଭାବିକ କାର୍ଯ୍ୟ ଥିଲା । ଶୁଦ୍ରମାନଙ୍କର ଶ୍ରମଦ୍ୱାରା ସେବା କରିବା ସ୍ୱାଭାବିକ କର୍ତ୍ତବ୍ୟ ଥିଲା ।

Commentary

ବୈଶ୍ୟମାନଙ୍କର ସ୍ୱଭାବ ରାଜସିକ ଏବଂ ତାମସିକ ଗୁଣ ମିଶ୍ରିତ ଥିଲା । ସେଥିପାଇଁ ସେମାନେ ବାଣିଜ୍ୟ ଓ କୃଷି ଦ୍ୱାରା ଧନ ଉପାର୍ଜନ କରୁଥିଲେ । ସେମାନେ ଦେଶର ଅର୍ଥନୀତିର ସୁରକ୍ଷା କରୁଥିଲେ ଏବଂ ଅନ୍ୟବର୍ଗର ଲୋକଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି କରୁଥିଲେ । ତାଛଡା, ଧର୍ମାର୍ଥ ପରିଯୋଜନା ମାଧ୍ୟମରେ ସେମାନେ ନିଜ ପାଖରେ ଥିବା ଅର୍ଥର ବିତରଣ ସମାଜର ଅଭାବଗ୍ରସ୍ତ ବର୍ଗଙ୍କ ମଧ୍ୟରେ କରୁଥିଲେ ।  ଶୂଦ୍ରମାନେ ମୁଖ୍ୟତଃ ତାମସିକ ଗୁଣଯୁକ୍ତ ଥିଲେ । ସେମାନେ ଅଧ୍ୟୟନ, ଶାସନକାର୍ଯ୍ୟ କିମ୍ବା ବାଣିଜ୍ୟ ପ୍ରତି ଆଗ୍ରହୀ ନ ଥିଲେ । ସମାଜର ଆବଶ୍ୟକତା ଅନୁଯାୟୀ ସେବା କରିବା ସେମାନଙ୍କ ପ୍ରଗତିର ସର୍ବଶ୍ରେଷ୍ଠ ଉପାୟ ଥିଲା । ଶିଳ୍ପୀ, କାରିଗର, ଶ୍ରମିକ, ଦରଜୀ, ବୁଣାକାର, ଭଣ୍ଡାରି ଇତ୍ୟାଦି ଏହି ଶ୍ରେଣୀର ଅନ୍ତର୍ଭୁକ୍ତ ଅଟନ୍ତି ।