Bhagavad Gita: Chapter 18, Verse 34

ଯୟା ତୁ ଧର୍ମକାମାର୍ଥାନ୍‌ଧୃତ୍ୟା ଧାରୟତେଽର୍ଜୁନ ।
ପ୍ରସଙ୍ଗେନ ଫଳାକାଙ୍‌କ୍ଷୀ ଧୃତିଃ ସା ପାର୍ଥ ରାଜସୀ ।।୩୪।।

ଯୟା-ଯାହାଦ୍ୱାରା; ତୁ-କିନ୍ତୁ; ଧର୍ମ-କାମ-ଅର୍ଥାନ୍‌- ଧର୍ମ, ସୁଖ ଓ ଧନପ୍ରାପ୍ତି ଉଦ୍ଦେଶ୍ୟରେ; ଧୃତ୍ୟା-ଦୃଢ଼ ସଂକଳ୍ପ; ଧାରୟତେ-ଧାରଣ କରେ; ଅର୍ଜୁନ- ହେ ଅର୍ଜୁନ; ପ୍ରସଙ୍ଗେନ-ଆସକ୍ତି ଯୋଗୁଁ; ଫଳ ଆକାଙ୍‌କ୍ଷୀ- ଫଳ କାମନା କରି; ଧୃତିଃ- ସଂକଳ୍ପ; ସା- ତାହା; ପାର୍ଥ- ହେ ପୃଥା ପୁତ୍ରା; ରାଜସୀ-ରାଜସିକ ।

Translation

BG 18.34: ଆସକ୍ତିବଶତଃ ଫଳପ୍ରାପ୍ତି ଉଦ୍ଦେଶ୍ୟରେ କର୍ତ୍ତବ୍ୟ, ସୁଖ ଏବଂ ସମ୍ପଦ ପ୍ରତି ଯେଉଁ ଦୃଢ଼ ଇଚ୍ଛାଶକ୍ତି ଧାରଣ କରାଯାଏ, ତାହା ରାଜସିକ ସଂକଳ୍ପ ଅଟେ ।

Commentary

ଦୃଢ଼ ଇଚ୍ଛାଶକ୍ତି କେବଳ ଯୋଗୀମାନଙ୍କ ଠାରେ ଦେଖାଯାଇ ନ ଥାଏ । ସାଂସାରିକ ବ୍ୟକ୍ତିମାନେ ମଧ୍ୟ ତାଙ୍କ ଉଦ୍ୟମରେ ଦୃଢ଼ ସଂକଳ୍ପବଦ୍ଧ ହୋଇଥାନ୍ତି । କିନ୍ତୁ ସେମାନଙ୍କର ସଂକଳ୍ପ ଉଦ୍ୟମର ଫଳ କାମନାକୁ ଚରିତାର୍ଥ କରିବା ଉଦ୍ଦେଶ୍ୟରେ ପ୍ରେରିତ ହୋଇଥାଏ । ସେମାନେ ଇନ୍ଦ୍ରିୟ ସୁଖ ଭୋଗ ଏବଂ ସମ୍ପତ୍ତି ଉପାର୍ଜନ ଇତ୍ୟାଦିରେ ନିଜର ଲକ୍ଷ୍ୟକୁ କେନ୍ଦ୍ରିତ କରିଥାନ୍ତି । ଯେହେତୁ ଅର୍ଥ ହିଁ ଏହି ସବୁ ହାସଲ କରିବାର ମାଧ୍ୟମ ଅଟେ, ତେଣୁ ସେମାନେ ଜୀବନ ସାରା ଅର୍ଥକୁ ଦୃଢ଼ ଭାବରେ ଜାବୋଡି ଧରିଥାନ୍ତି । ଶ୍ରୀକୃଷ୍ଣ କହୁଛନ୍ତି ଯେ ଫଳ ଭୋଗ କରିବାର କାମନା ଦ୍ୱାରା ପ୍ରେରିତ ସଂକଳ୍ପ, ରାଜସିକ ଗୁଣଯୁକ୍ତ ଅଟେ ।