Bhagavad Gita: Chapter 18, Verse 31

ଯୟା ଧର୍ମମଧର୍ମଂ ଚ କାର୍ଯ୍ୟଂ ଚାକାର୍ଯ୍ୟମେବ ଚ ।
ଅଯଥାବତ୍ ପ୍ରଜାନାତି ବୁଦ୍ଧିଃ ସା ପାର୍ଥ ରାଜସୀ ।।୩୧।।

ଯୟା -ଯାହାଦ୍ୱାରା; ଧର୍ମଂ-ଧର୍ମ; ଅଧର୍ମଂ-ଅଧର୍ମ; ଚ-ଏବଂ; କାର୍ଯ୍ୟ-ଉଚିତ ଆଚରଣ; ଚ-ଏବଂ; ଅକାର୍ଯ୍ୟମ୍‌-ଅନୁଚିତ ଆଚରଣ; ଏବ-ନିଶ୍ଚିତଭାବେ; ଚ-ଏବଂ; ଅଯଥାବତ୍‌-ବିଚଳିତ; ପ୍ରଜାନାତି-ବାଛି ପାରେ; ବୁଦ୍ଧିଃ-ବୁଦ୍ଧି; ସା- ତାହା; ପାର୍ଥ- ହେ ପୃଥାପୁତ୍ର; ରାଜସୀ-ରାଜସିକ ।

Translation

BG 18.31: ଯେତେବେଳେ ବୁଦ୍ଧି ଧର୍ମ ଓ ଅଧର୍ମକୁ ନେଇ ବିଭ୍ରାନ୍ତ ହୋଇଯାଏ ଏବଂ ଠିକ୍ ଓ ଭୁଲ ଆଚରଣ ମଧ୍ୟରେ ନିର୍ଣ୍ଣୟ କରିପାରେ ନାହିଁ, ସେତେବେଳେ ଏହା ରାଜସିକ ଗୁଣଯୁକ୍ତ ବିବେଚିତ ହୁଏ ।

Commentary

ବ୍ୟକ୍ତିଗତ ଆସକ୍ତି ଦ୍ୱାରା ରାଜସିକ ବୁଦ୍ଧି ମିଶ୍ରିତ ହୋଇଯାଏ । ବେଳେ ବେଳେ ଏହା ସ୍ପଷ୍ଟ ଭାବରେ ଦେଖିପାରେ, କିନ୍ତୁ ସ୍ୱାର୍ଥଯୁକ୍ତ ହୋଇଯିବା ଦ୍ୱାରା ଏହା କଳୁଷିତ ଏବଂ ଦ୍ୱିଧାଗ୍ରସ୍ତ ହୋଇଯାଏ । ଉଦାହରଣ ସ୍ୱରୂପ, କେହି କେହି ବୃତ୍ତି କ୍ଷେତ୍ରରେ ବହୁତ ଦକ୍ଷ ହୋଇଥାନ୍ତି, ଅଥଚ ତାଙ୍କର ପାରିବାରିକ ସମ୍ବନ୍ଧ ଶିଶୁ ସୁଲଭ ହୋଇଥାଏ । ସେମାନେ ତାଙ୍କ କାର୍ଯ୍ୟକ୍ଷେତ୍ରରେ ସଫଳ ହୋଇଥାଆନ୍ତି, କିନ୍ତୁ ପାରିବାରିକ ସମ୍ପୂର୍ଣ୍ଣ ବିଫଳ ହୋଇଥାନ୍ତି, କାରଣ ତାଙ୍କର ଆସକ୍ତି ଉଚିତ ନିର୍ଣ୍ଣୟ ଓ ଆଚରଣ କରିବାକୁ ବାଧା ଦିଏ । ରାଜସିକ ବୁଦ୍ଧି ରାଗ ଓ ଦ୍ୱେଷ, ପସନ୍ଦ-ନାପସନ୍ଦ ଆଦି ଦ୍ୱାରା ଆବୃତ ହୋଇ, ଉପଯୁକ୍ତ କାର୍ଯ୍ୟପନ୍ଥା ସ୍ଥିର କରିବାରେ ଅସଫଳ ହୁଏ । ଏହା ମହତ୍ତ୍ୱପୂର୍ଣ୍ଣ ଓ ତୁଚ୍ଛ, ସ୍ଥାୟୀ ଓ ଅସ୍ଥାୟୀ, ମୂଲ୍ୟବାନ ଓ ମୂଲ୍ୟହୀନ ବିଚାର ମଧ୍ୟରେ ବିଭ୍ରାନ୍ତ ହୋଇଥାଏ ।