Bhagavad Gita: Chapter 18, Verse 32

ଅଧର୍ମଂ ଧର୍ମମିତି ଯା ମନ୍ୟତେ ତମସାବୃତା ।
ସର୍ବାର୍ଥାନ୍‌ବିପରୀତାଂଶ୍ଚ ବୁଦ୍ଧିଃ ସା ପାର୍ଥ ତାମସୀ ।।୩୨।।

ଅଧର୍ମଂ-ଅଧର୍ମ; ଧର୍ମଂ-ଧର୍ମ; ଇତି-ଏହିପରି; ଯା-ଯାହା; ମନ୍ୟତେ-ଭାବେ; ତମସା-ଆବୃତା -ଅନ୍ଧକାରରେ ଆବୃତ ହୋଇ; ସର୍ବ-ଅର୍ଥାନ୍‌-ସବୁକିଛି; ବିପରୀତାନ୍‌-ବିପରୀତ; ଚ-ଏବଂ; ବୁଦ୍ଧିଃ-ବୁଦ୍ଧି; ସା-ତାହା; ପାର୍ଥ- ହେ ପୃଥାପୁତ୍ର; ତାମସୀ-ତାମସିକ ।

Translation

BG 18.32: ଯେଉଁ ବୁଦ୍ଧି ଅନ୍ଧକାରାଚ୍ଛନ୍ନ ହୋଇ ଅଧର୍ମକୁ ଧର୍ମ ବୋଲି ବିଶ୍ୱାସ କରେ, ଅସତ୍ୟକୁ ସତ୍ୟ ଭାବରେ ଗ୍ରହଣ କରେ, ତାହା ତାମସିକ ଗୁଣଯୁକ୍ତ ଅଟେ ।

Commentary

ତାମସିକ ବୁଦ୍ଧି ସମ୍ମୁନ୍ନତ ଜ୍ଞାନ ଦ୍ୱାରା ଜ୍ଞାନୋଦୀପ୍ତ ହୋଇ ନ ଥାଏ । ତେଣୁ ସେ ଅଧର୍ମକୁ ଧର୍ମ ଭାବରେ ଭୁଲ ଅର୍ଥ କରିଥାଏ । ଉଦାହରଣ ସ୍ୱରୂପ, ଜଣେ ମଦ୍ୟପ ମଦ୍ୟପାନର ନିଶା ପ୍ରତି ଆସକ୍ତ ହୋଇଥାଏ । ଅନ୍ଧକାରର କୁହୁଡ଼ିରେ ଆଚ୍ଛାଦିତ ତା’ର ସ୍ୱଳ୍ପ ବୁଦ୍ଧି ଆଗକୁ ଆସୁଥିବା ବିନାଶକୁ ଅନୁଭବ କରିପାରେ ନାହିଁ ଏବଂ ସେଥିପାଇଁ ସେ ନିଜର ସମ୍ପତ୍ତି ବିକ୍ରି କରିବାକୁ ମଧ୍ୟ ପଶ୍ଚାତ୍‌ପଦ ହୋଇ ନ ଥାଏ । ତାମସିକ ବୁଦ୍ଧିରେ ତର୍କସଂଗତ ବିଚାର କରିବା ଏବଂ ନିର୍ଣ୍ଣୟ କରିବାର କ୍ଷମତା ନଷ୍ଟ ହୋଇ ଯାଇଥାଏ ।