Bhagavad Gita: Chapter 18, Verse 38

ବିଷୟେନ୍ଦ୍ରିୟସଂଯୋଗାଦ୍ୟତ୍ତଦଗ୍ରେଽମୃତୋପମମ୍ ।
ପରିଣାମେ ବିଷମିବ ତତ୍ସୁଖଂ ରାଜସଂ ସ୍ମୃତମ୍ ।।୩୮।।

ବିଷୟ -ଇନ୍ଦ୍ରିୟଭୋଗ୍ୟ ବସ୍ତୁ; ଇନ୍ଦ୍ରିୟ -ଇନ୍ଦ୍ରିୟ; ସଂଯୋଗାତ୍‌- ସଂଯୋଗରୁ; ଯତ୍‌-ଯେଉଁ; ତତ୍‌-ତାହା; ଅଗ୍ରେ- ପ୍ରଥମରେ; ଅମୃତ-ଉପମମ୍ -ଅମୃତ ପରି; ପରିଣାମେ-ଶେଷରେ; ବିଷଂ-ଇବ -ବିଷ ପରି; ତତ୍‌-ତାହା; ସୁଖଂ-ସୁଖ; ରାଜସଂ-ରାଜସିକ; ସ୍ମୃତମ୍‌-କୁହାଯାଏ ।

Translation

BG 18.38: ଇନ୍ଦ୍ରିୟଭୋଗ୍ୟ ବସ୍ତୁଗୁଡ଼ିକରୁ ଉପଲବ୍ଧ ହେଉଥିବା ସୁଖକୁ ରାଜସିକ ଗୁଣଯୁକ୍ତ କୁହାଯାଏ । ଏହିପରି ସୁଖ ପ୍ରାରମ୍ଭରେ ଅମୃତମୟ ମନେ ହେଉଥିଲେ ସୁଦ୍ଧା ପରିଣାମ ବିଷମୟ ହୋଇଥାଏ ।

Commentary

ରାଜସିିକ ସୁଖ ଇନ୍ଦ୍ରିୟ ଓ ଇନ୍ଦ୍ରିୟଭୋଗ୍ୟ ବସ୍ତୁର ସଂସର୍ଗରୁ ଜାତ ହେଉଥିବା ଏକ ଉଦ୍ଦୀପନା ଭାବରେ ଅନୁଭୂତ ହୋଇଥାଏ । କିନ୍ତୁ ଏହି ସୁଖ ସେହି ସଂସର୍ଗ ପରି କ୍ଷଣସ୍ଥାୟୀ ହୋଇଥାଏ ଏବଂ ପରିଣାମରେ ଏହା ଲୋଭ, ଆଶଙ୍କା, ଦୋଷୀଭାବ ଜାତ କରିବା ସହିତ ଏବଂ ଭୌତିକ ଭ୍ରମର ବୃଦ୍ଧି କରାଇଥାଏ । ଭୌତିକ ଜଗତରେ ମଧ୍ୟ କିଛି ବିଶେଷ ପ୍ରାପ୍ତି ପାଇଁ ରାଜସିକ ସୁଖ ତ୍ୟାଗ କରିବା ଆବଶ୍ୟକ ହୋଇଥାଏ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ କ୍ଷଣିକ ଏବଂ ବିଭ୍ରାନ୍ତିକର ସୁଖଠାରୁ ଦୂରେଇ ରହିବାର ଅନୁସ୍ମାରକ ଭାବରେ “ଏକ ତୁଷାରମୟ ସନ୍ଧ୍ୟାରେ ଜଙ୍ଗଲରେ ରହିବା” (ଝଗ୍ଧକ୍ଟକ୍ଟ୍ରକ୍ଟ୍ରସଦ୍ଭଶ ଭଚ୍ଚ ଡକ୍ଟକ୍ଟୟଗ୍ଦ କ୍ଟଦ୍ଭ ବ ଝଦ୍ଭକ୍ଟଙ୍ଗଚ୍ଚ ଋଙ୍ଖରଦ୍ଭସଦ୍ଭଶ) ନାମକ ପଦ୍ୟର ଏହି ପଦଗୁଡ଼ିକୁ ତାଙ୍କ ଟେବୁଲରେ ଲେଖି ରଖିଥିଲେ:

ଜଙ୍ଗଲଟି ଅତି ସୁନ୍ଦର, ଅନ୍ଧକାରମୟ ଏବଂ ଘନ,
କିନ୍ତୁ ମୋର ପ୍ରତିଜ୍ଞା ପୂରଣ କରିବାର ଅଛି ।
ଏବଂ ଶୋଇଯିବା ପୂର୍ବରୁ ମୋତେ ଅନେକ ମାଇଲ୍ ଯିବାକୁ ପଡିବ ।
ଏବଂ ଶୋଇଯିବା ପୂର୍ବରୁ ମୋତେ ଅନେକ ମାଇଲ୍ ଯିବାକୁ ପଡିବ ।

ଚିରନ୍ତନ ଏବଂ ଦିବ୍ୟ ଆନନ୍ଦର ମାର୍ଗ ଭୋଗ ବିଳାସ ନୁହେଁ, ବରଂ ତ୍ୟାଗ, ସଂଯମ ଏବଂ ଶୃଙ୍ଖଳା ଅଟେ ।