Bhagavad Gita: Chapter 18, Verse 51-53

ବୁଦ୍ଧ୍ୟା ବିଶୁଦ୍ଧୟା ଯୁକ୍ତୋ ଧୃତ୍ୟାତ୍ମାନଂ ନିୟମ୍ୟ ଚ ।
ଶବ୍ଦାଦୀନ୍ ବିଷୟାଂସ୍ତ୍ୟକ୍ତ୍ୱା ରାଗଦ୍ୱେଷୌ ବ୍ୟୁଦସ୍ୟ ଚ ।।୫୧।।
ବିବିକ୍ତସେବୀ ଲଘ୍ୱାଶୀ ଯତବାକ୍କାୟମାନସଃ ।
ଧ୍ୟାନଯୋଗପରୋ ନିତ୍ୟଂ ବୈରାଗ୍ୟଂ ସମୁପାଶ୍ରିତଃ ।।୫୨।।
ଅହଙ୍କାରଂ ବଳଂ ଦର୍ପଂ କାମଂ କ୍ରୋଧଂ ପରିଗ୍ରହମ୍ ।
ବିମୁଚ୍ୟ ନିର୍ମମଃ ଶାନ୍ତୋ ବ୍ରହ୍ମଭୂୟାୟ କଳ୍ପତେ ।।୫୩।।

ବୁଦ୍ଧ୍ୟା-ବୁଦ୍ଧି; ବିଶୁଦ୍ଧୟା- ପୂର୍ଣ୍ଣବିଶୁଦ୍ଧ; ଯୁକ୍ତଃ-ଯୁକ୍ତ; ଧୃତ୍ୟା-ନିଷ୍ଠା; ଆତ୍ମାନଂ-ବୁଦ୍ଧି; ନିୟମ୍ୟ-ସଂଯତ କରି; ଚ-ଏବଂ; ଶବ୍ଦଦୀନ୍‌-ବିଷୟାନ୍ -ଶବ୍ଦ ଆଦି ଇନ୍ଦ୍ରିୟ ବିଷୟ; ତ୍ୟକ୍ତ୍ୱା-ତ୍ୟାଗ କରି; ରାଗ-ଦ୍ୱେଷୌ -ଆସକ୍ତି ଏବଂ ଘୃଣା; ବ୍ୟୁଦସ୍ୟ- ତ୍ୟାଗ କରି; ଚ- ଏବଂ; ବିବିକ୍ତସେବୀ- ଏକାନ୍ତ ସ୍ଥାନରେ ବାସକରି; ଲଘୁ-ଆଶୀ -ଅଳ୍ପ ଆହାର କରି; ଯତବାକ୍‌-ବାକ୍ ଇନ୍ଦ୍ରିୟ ସଂଯମ; କାୟ-ଶରୀର; ମାନସଃ-ମନ ସଂଯମ; ଧ୍ୟାନଯୋଗ ପରଃ-ସର୍ବଦା ଧ୍ୟାନସ୍ଥ; ନିତ୍ୟଂ-ସର୍ବଦା; ବୈରାଗ୍ୟଂ-ବୈରାଗ୍ୟ; ସମୁପାଶ୍ରିତଃ- ଆଶ୍ରୟ କରି ; ଅହଙ୍କାରଂ-ଅହଙ୍କାର; ବଳଂ-ହିଂସା; ଦର୍ପଂ-ମିଥ୍ୟାଗର୍ବ; କାମଂ-କାମପିପାସା; କ୍ରୋଧଂ-କ୍ରୋଧ; ପରିଗ୍ରହଂ-ସ୍ୱାର୍ଥପରତା; ବିମୁଚ୍ୟ- ମୁକ୍ତ ହୋଇ; ନିର୍ମମଃ- ମମତାଶୂନ୍ୟ; ଶାନ୍ତଃ-ଶାନ୍ତ; ବ୍ରହ୍ମଭୂୟାୟ-ବ୍ରହ୍ମ ପ୍ରାପ୍ତି ନିମନ୍ତେ; କଳ୍ପତେ- ଯୋଗ୍ୟ ।

Translation

BG 18.51-53: ବ୍ରହ୍ମ ପ୍ରାପ୍ତି କରିବା ପାଇଁ ଜଣେ ବ୍ୟକ୍ତି ସେତେବେଳେ ଯୋଗ୍ୟ ହୁଅନ୍ତି, ଯେତେବେଳେ ସେ ବିଶୁଦ୍ଧ ବୁଦ୍ଧିଯୁକ୍ତ ହୋଇ, ଶବ୍ଦ ଓ ଅନ୍ୟାନ୍ୟ ଇନ୍ଦ୍ରିୟ ଭୋଗ ବସ୍ତୁଗୁଡ଼ିକର ଦୂରରେ ରହନ୍ତି ତଥା ଆସକ୍ତି ଓ ବିରକ୍ତି ପରିତ୍ୟାଗ କରିଥାନ୍ତି । ଏପରି ବ୍ୟକ୍ତି ଏକାନ୍ତ ପସନ୍ଦ କରନ୍ତି, ସ୍ୱଳ୍ପାହାରୀ ହୋଇ, ଶରୀର, ମନ ଓ ବାଣୀକୁ ସଂଯମ କରି ସର୍ବଦା ଧ୍ୟାନସ୍ଥ ରହନ୍ତି ତଥା ବୈରାଗ୍ୟ ଭାବର ଅଭ୍ୟାସ କରନ୍ତି । ଅହଂକାର, ହିଂସା, ଦର୍ପ, କାମନା, ସମ୍ପତ୍ତି ସଂଗ୍ରହ ଏବଂ ସ୍ୱାର୍ଥପରତାରୁ ମୁକ୍ତ ହୋଇଥିବା ବ୍ୟକ୍ତି ପ୍ରଶାନ୍ତ ଚିତ୍ତରେ ବ୍ରହ୍ମଙ୍କ ସହିତ ମିଳିତ ହେବାପାଇଁ (ଅର୍ଥାତ୍ ପରମ ସତ୍ୟକୁ ବ୍ରହ୍ମ ଭାବରେ ଅନୁଭବ କରିବା) ଯୋଗ୍ୟ ହୋଇଥାନ୍ତି ।

Commentary

ଶ୍ରୀକୃଷ୍ଣ ଏଠାରେ ବୁଝାଇଛନ୍ତି କିପରି ଭାବରେ ସଠିକ ଚେତନାରେ କର୍ତ୍ତବ୍ୟ ପାଳନ କରି ଆମେ ସିଦ୍ଧି ପ୍ରାପ୍ତ କରିପାରିବା । ସେ ବର୍ତ୍ତମାନ ସେହି ସବୁ ପ୍ରଶଂସନୀୟ ଗୁଣମାନଙ୍କର ବର୍ଣ୍ଣନା କରିବାକୁ ଯାଉଛନ୍ତି, ଯାହା ବ୍ରହ୍ମାନୁଭୂତି ପାଇଁ ଆବଶ୍ୟକ ଅଟେ । ସେ କହୁଛନ୍ତି, ସେହି ସିଦ୍ଧାବସ୍ଥାରେ ଆମଠାରେ ଦିବ୍ୟ ଜ୍ଞାନରେ ସ୍ଥିତ ବିଶୁଦ୍ଧ ବୁଦ୍ଧି ବିକଶିତ ହୋଇଥାଏ । ମନକୁ ରାଗ-ଦ୍ୱେଷରୁ ମୁକ୍ତ ହୋଇ ସଂଯମକୁ ପ୍ରାପ୍ତ ହୋଇଥାଏ । ଇନ୍ଦ୍ରିୟମାନେ ସଂଯମିତ ହେବା ସହିତ, ଶରୀର ଓ ବାଣୀର ଆବେଗକୁ ଦୃଢତାପୂର୍ବକ ଶୃଙ୍ଖଳିତ କରାଯାଇ ଥାଏ । ଖାଇବା, ଶୋଇବା ଆଦି ଶାରୀରିକ କର୍ମର ବୁଦ୍ଧିମତ୍ତାର ସହ ସନ୍ତୁଳନ ରକ୍ଷା କରାଯାଏ । ଏହିପରି ଯୋଗୀ ଗଭୀର ଭାବେ ଧ୍ୟାନସ୍ଥ ହୋଇଥାନ୍ତି,  ତେଣୁ ଏକାନ୍ତ ପସନ୍ଦ କରନ୍ତି । ଅହଂକାର ଏବଂ ତା’ର କ୍ଷମତା ଓ ସମ୍ମାନର ଲାଳସା ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଏ । ଦିବ୍ୟ ଚେତନାରେ ନିରନ୍ତର ମନକୁ ଏକୀକୃତ କରି, ଜଣେ ଯୋଗୀ ସ୍ଥିର ଚିତ୍ତ ହୋଇ କାମ, କ୍ରୋଧ ଏବଂ ଲୋଭରୁ ମୁକ୍ତ ହୁଅନ୍ତି । ଏହିପରି ଯୋଗୀମାନେ ପରମ ସତ୍ୟକୁ ବ୍ରହ୍ମ ଭାବରେ ଅନୁଭବ କରନ୍ତି ।